ଜିନ୍ଦଲ ଗ୍ରୁପ ଅଧ୍ୟକ୍ଷା ଏମେରିଟସ୍ ଶ୍ରୀମତି ସାବିତ୍ରୀ ଜିନ୍ଦଲଙ୍କ ଜନ୍ମଦିନ ଉତ୍ସବ ପାଳିତ

ଜେଏସପିରେ ୧୨ ଦିନ ଧରି ଚାଲିଲା ସେଲିବ୍ରେଟିଂ ଦି ଲିଗାସି’ କାର୍ଯ୍ୟକ୍ରମ

ନବୀନ ଜିନ୍ଦଲଙ୍କ ଜନ୍ମଦିନରୁ ମାତାଜୀଙ୍କ ଜନ୍ମଦିନ ଯାଏଁ ପାଳିତ

ଅନୁଗୋଳ : ଅନୁଗୋଳ ସ୍ଥିତ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)ଠାରେ ୧୨ ଦିନ ଧରି ଚାଲିଥିବା ‘ସେଲିବ୍ରେଟିଂ ଦି ଲିଗାସି’ କାର୍ଯକ୍ରମ, ଜିନ୍ଦଲ ଗ୍ରୁପ ଅଧ୍ୟକ୍ଷା ଏମେରିଟସ୍ ଶ୍ରୀମତି ସାବିତ୍ରୀ ଜିନ୍ଦଲଙ୍କ ଜନ୍ମଦିନ ପାଳନ ସହିତ ଶେଷ ହୋଇଛି । ଏହି କାର୍ଯ୍ୟକ୍ରମ ଜେଏସପି ଅଧ୍ୟକ୍ଷ ଶ୍ରୀଯୁକ୍ତ ନବୀନ ଜିନ୍ଦଲଙ୍କ ସମ୍ମାନାର୍ଥେ ମାର୍ଚ୍ଚ ୯ ତାରିଖରେ ଆରମ୍ଭ ହୋଇଥିଲା । ଏଥିରେ ସମ୍ପ୍ରଦାୟ ଏବଂ ଶ୍ରମିକଙ୍କ ଉନ୍ନତି ଲକ୍ଷ୍ୟ ନେଇ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ପ୍ରତ୍ୟେକ ଦିନ ଏକ ନିର୍ଦ୍ଦିଷ୍ଟ ବିଷୟବସ୍ତୁ ଏବଂ ଉଦେ୍ଦଶ୍ୟ ରଖି ପାଳନ କରାଯାଇଥିଲା, ଯାହା ସମାଜ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ଥିଲା । ୧୨ ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଦିବସ, ସଂସ୍କୃତି ଦିବସ, ପ୍ରେରଣା ଦିବସ, ଦକ୍ଷତା ଦିବସ, ଜ୍ଞାନ ଦିବସ, ରଙ୍ଗ ଦିବସ, ଏକତା ଦିବସ, କ୍ରୀଡ଼ା ଦିବସ, ସୁରକ୍ଷା ଦିବସ, ଆଧ୍ୟାତ୍ମିକତା ଦିବସ ଏବଂ ସଶକ୍ତିରକଣ ଦିବସ ଅନ୍ତର୍ଭୁକ୍ତ ଥିଲା ।

ଜେଏସପିର ସମାଜିକ ଶାଖା ଜିନ୍ଦଲ ଫାଉଣ୍ଡେସନ ସମେତ ଶ୍ରୀମତି ସୀମା ମଲହାନ ଏବଂ ଶ୍ରୀମତି ଅନିତା ମିତ୍ତଲଙ୍କ ନେତୃତ୍ୱରେ ପରିଚାଳିତ ଜିନ୍ଦଲ ମହିଳା ସମିତିର ସହଯୋଗରେ ଏହି କାର୍ଯ୍ୟକ୍ରମକୁ ଅନୁଗୁଳର ସ୍ଥାନୀୟ ମ୍ୟାନେଜମ୍ୟାଣ୍ଟ ପରିଚାଳନା କରିଥିଲା । ଏହି କାର୍ଯ୍ୟକ୍ରମ  ଅବସରରେ ହୋଇଥିବା ସାମୁହିକ ପ୍ରାୟାସ, ପ୍ଲାଣ୍ଟ ପରିସର ଏବଂ ପ୍ଲାଣ୍ଟ ପାଶ୍ୱର୍ବର୍ତ୍ତୀ ଗାଁ ଗୁଡ଼ିକର ୫୦, ୦୦୦ରୁ ଅଧିକ ଲୋକଙ୍କ ଜୀବନକୁ ପ୍ରଭାବିତ କରିଥିଲା ।

ସଶକ୍ତିକରଣ ଦିବସ ଭାବରେ ପାଳନ କରାଯାଇଥିବା ଅନ୍ତିମ ଦିନଟି ଅନେକଙ୍କ ପାଇଁ, ବିଶେଷ କରି ମହିଳାମାନଙ୍କ ପାଇଁ ଆନନ୍ଦ ଆଣି ଦେଇଥିଲା । କାରଣ ସେମାନେ, ସ୍ନେହରେ ମାତାଜୀ ଭାବେ ସମ୍ବୋଧନ କରୁଥିବା ଶ୍ରୀମତି ସାବିତ୍ରୀ ଜିନ୍ଦଲଙ୍କ ଜନ୍ମଦିନ ପାଳନ କରିଥିଲେ ।

ଜିନ୍ଦଲ ନଗରଠାରେ ଅବସ୍ଥିତ ଦେବଭୂମି ମନ୍ଦିରରେ ଏକ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହିତ ଦିନଟି ଆରମ୍ଭ ହୋଇଥିଲା । ଯେଉଁଠାରେ ବରିଷ୍ଠ ଅଧିକାରୀ ଏବଂ ଶୀର୍ଷ ନେତୃତ୍ୱ, ମାତାଜୀଙ୍କ ଦୀର୍ଘ ଏବଂ ସୁସ୍ଥ ଜୀବନ କାମନା କରି ପ୍ରାର୍ଥନା କରିବାକୁ ଏକତ୍ରିତ ହୋଇଥିଲେ । ଜନଜୀବିକା କେନ୍ଦ୍ର, ବିଭିନ୍ନ ଏନଜିଓ, ଅନୁଗୋଳ ଜେଲ, ପ୍ଲାଣ୍ଟ ପାଶ୍ୱବର୍ତ୍ତୀ ଗ୍ରାମ ସମେତ ଜିନ୍ଦଲ ନଗର ଏବଂ ପ୍ଲାଣ୍ଟ ପରିସରରେ ବିଭିନ୍ନ ଜନକଲ୍ୟାଣକରୀ ପଦକ୍ଷେପ ସହିତ ମାତାଜୀଙ୍କ ଜନ୍ମଦିବସକୁ ପାଳନ କରାଯାଇଥିଲା ।

ଜିନ୍ଦଲ ଷ୍ଟିଲର ଭୁବନେଶ୍ୱର କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ଏକ ରକ୍ତନାନ ଶିବିର ଆୟୋଜିତ ହୋଇଥିଲା । ଏହି ରକ୍ତଦାନ ଶିବିରରେ କର୍ମଚାରୀ, ସାଧାରଣ ନାଗରିକ ଏବଂ ରୋଟାରୀ କ୍ଲବର ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ ।

ଏହି ଅବସରରେ ଜେଏସପି ଅନୁଗୋଳ ପ୍ଲାଣ୍ଟ  ମୁଖ୍ୟ ଶ୍ରୀଯୁକ୍ତ ପଙ୍କଜ ମଲହାନ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ପ୍ରକଳ୍ପ) ଶ୍ରୀଯୁକ୍ତ ଦାମୋଦର ମିତ୍ତଲ, ମୁଖ୍ୟ ମାନବ ସମ୍ବଳ ଅଧିକାରୀ ଶ୍ରୀଯୁକ୍ତ ଦିଲୀପ ସିହ୍ନା, ଯୋଗଗୁରୁ ସ୍ୱାମୀ ସତ୍ୟବିନ୍ଦୁ ସରସ୍ୱତୀ ଏବଂ ଅନ୍ୟାନ୍ୟ ବରିଷ୍ଠ ନେୃତୃବୃନ୍ଦ ମାତାଜୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ । ‘ସେଲିବ୍ରେଟିଂ ଦି ଲିଗାସି’ କାର୍ଯ୍ୟକ୍ରମକୁ ସଫଳ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ସମସ୍ତଙ୍କୁ ସେମାନେ କୃତଜ୍ଞତା ଜଣାଇଥିଲେ ।

Leave a Reply

Your email address will not be published. Required fields are marked *