ଅନୁଗୋଳ : ଅନୁଗୋଳ ଜିଲ୍ଲା ର ଜନ ଶିକ୍ଷଣ ସଂସ୍ଥାନ ଅନୁଗୋଳ ଦ୍ଵାରା ନିଯୋଜିତ ବିଭିନ୍ନ ବ୍ଲକରେ ପ୍ରଶିକ୍ଷିକା ମାନଙ୍କୁ ନେଇ ଏକ ଆର୍ଥିକ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଶିବିର ଜେ ଏସ୍ ଏସ୍ କାର୍ଯ୍ୟାଳୟ ପରିସରରେ ଅନୁଷ୍ଟିତ ହୋଇଯାଇଛି.
ଏଥିରେ ଜିଲ୍ଲା ଶିଳ୍ପ କେନ୍ଦ୍ର ସହକାରୀ ଶିଳ୍ପ ଅଧିକାରୀ ଶ୍ରୀ ହିମାଂଶୁ ଶେଖର ସାହୁ ଉପସ୍ଥିତ ରହି କେନ୍ଦ୍ର ସରକାର ଏବଂ ରାଜ୍ଯ ସରକାର ଙ୍କ ବିଭିନ୍ନ ଆର୍ଥିକ ସହଯୋଗ ଦ୍ଵାରା କିପରି ଭାବରେ ନିଜେ ଏବଂ ତାଲିମ୍ ଦେଉ ଥିବା ପ୍ରଶିକ୍ଷାର୍ଥୀ ମାନେ ଲାଭ ଉଠାଇ ପାରିବେ ବୋଲି କହି ଥିଲେ. ସେଇ ପରି ମହିଳା ମାନଙ୍କର ରୋଜଗାର କରି ଅର୍ଥ କୁ ଉଚିତ ଭାବେ କିପରି ସଞ୍ଚୟ କରିବେ ଭବିଷ୍ୟତ ରେ ଆର୍ଥିକ ସଂକଟ ରୁ ନିଜ କୁ ସୁଦୃଢ କରି ପାରିବେ ତା ଉପରେ ବକ୍ତବ୍ୟ ରଖିଥିଲେ.
ଜେ ଏସ୍ ଏସ୍ ର ନିର୍ଦେଶକ ଶ୍ରୀ ସୌରୀ ରଞ୍ଜନ ପଣ୍ଡା ଅତିଥି ମାନଙ୍କ ର ପରିଚୟ ପ୍ରଦାନ କରି ଥିବା ବେଳେ ସହ କାର୍ଯ୍ୟକାରୀ ଅଧିକାରୀ ଚିତ୍ତ ରଞ୍ଜନ ସାମଲ ଧନ୍ଯବାଦ ଅର୍ପଣ କରିଥିଲେ ଜେ ଏସ୍ ଏସ୍ କାର୍ଯ୍ୟାଳୟ ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ.


