ବୋଇତ ବନ୍ଦାଣ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା ।ଲୋକଗୀତର ତାଳରେ ଝୁମିଲେ ଦର୍ଶକ।

ଶେଷ ସନ୍ଧ୍ୟାରେ ଯୋଗଦେବେ କଣ୍ଠଶିଳ୍ପୀ ତାନସେନ ସିଂ।

Advertisement

ଅନୁଗୋଳ :  ସାଂସ୍କୃତିକ ଅନୁଷ୍ଠାନ କଳାକାରର ଦ୍ୱାରା ଆୟୋଜିତ 39 ତମ ବୋଇତ ବନ୍ଦାଣ ମହୋତ୍ସବ ଓ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାର ଆଜି ଥିଲା ଦ୍ୱିତୀୟ ଦିବସ |ଆଜି ସକାଳେ ଓଡିଶୀ ନୃତ୍ୟ ଗୁରୁ ପିତାମ୍ବର ବିଶ୍ୱାଳ,ଓଡିଶୀ କଣ୍ଠ ଶିଳ୍ପୀ ଜୀବନା ନନ୍ଦ ବରାଳ ଓ ଶାସ୍ତ୍ରୀୟ ତାଳ ବାଦ୍ୟ ଗୁରୁ ସୌମ୍ୟ ରଂଞ୍ଜନ ମହାନ୍ତି ଦୀପ ପ୍ରଜ୍ବଳନ କରି ଆଜି ଦିବସର ବିଭିନ୍ନ ପ୍ରତିଯୋଗିତାକୁ ଆରମ୍ଭ କରିଥିଲେ | କିବୋର୍ଡ଼, ତବଲା, ଏକକ ଓ ଦଳଗତ ଲୋକନୃତ୍ୟ ରେ ରାଜ୍ୟର ବିଭିନ୍ନ ଅଂଚଳରୁ ପ୍ରାୟ ଦୁଇ ଶହରୁ ଅଧିକ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ | ସନ୍ଧ୍ୟାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ପୂର୍ବତନ ନଗରପାଳ ଅନୁଗୁଳ ଶ୍ରୀଯୁକ୍ତ ଶକ୍ତି ପ୍ରସାଦ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ବ୍ୟବସାୟୀ କମଲେସ ବର୍ମା ଯୋଗ ଦେଇ କଳାକାର ଆମ ଅନୁଗୁଳର ଗର୍ବ ଆଉ ଗୌରବ | ଆମ ଜିଲ୍ଲାର କଳା ସଂସ୍କୁତି,ପରମ୍ପରାକୁ ବଜାୟ ରଖିବାରେ କଳାକାରର ଉଦ୍ୟମ ପ୍ରଶଂସାଯୋଗ୍ୟ |ବିଚାରକ ମାନଙ୍କୁ କଳାକାର ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା |ମୁଖ୍ୟ ଉପଦେଷ୍ଟା ଭୂପେଶ ଚନ୍ଦ୍ର ପ୍ରଧାନ, ଡ଼. କୃଷ୍ଣ ଚନ୍ଦ୍ର ଦାସ, କ୍ଷୀରୋଦ ପାତ୍ର ଉପସ୍ଥିତ ଥିଲେ | ସଭା ପରେ ଦଳଗତ ଲୋକ ନୃତ୍ୟରେ ଦର୍ଶକ ବିମୋହିତ ହୋଇଥିଲେ | ସମ୍ବଲପୁରୀ, ବିହୁ, ଆସାମୀ, ଆଦିବାସୀ ଗୀତର ତାଳେ ତାଳେ ପ୍ରତିଯୋଗୀଙ୍କ ମନ ମୁଗ୍ଧ କର ନୃତ୍ୟ ଉପସ୍ଥିତ ଦର୍ଶକ ଭରପୁର ମନୋରଞ୍ଜନ କରିଥିଲେ |ବୁଧବାର ଆୟୋଜିତ ରଙ୍ଗଭରୋ ଶିଶୁ ବର୍ଗରେ ସୁଶିକ୍ଷା ସାମନ୍ତିଆ, ସାନଭି ଶ୍ରୀପର୍ଣ ଦାସ, ଭବନୀତ ସାହୁ, ସର୍ବ କନିଷ୍ଠ ବର୍ଗରେ ଅଂଶୁମାନ ନନ୍ଦ, ଦିଶା ଦିବ୍ୟାକ୍ସସି, ସ୍ନିକ୍ତ| ସାହୁ, ଚିତ୍ରାଙ୍କନ ସର୍ବ କନିଷ୍ଠ ବର୍ଗରେ ପ୍ରୟାସ ପ୍ରଜ୍ଞାନ ସାହୁ, ଅଂଶୁମାନ ନନ୍ଦ, ଅରମାନ ପାତ୍ର
କନିଷ୍ଠ ବର୍ଗରେ ପ୍ରିୟାନସି ପରିସ୍ମା ଦେହୁରୀ, ନିରାଲି ମିଶ୍ର, ଶୋୟମ ଶ୍ରୀ ସାହୁ, ଓଡିଶୀ ଏକକ ନୃତ୍ୟ ସର୍ବ କନିଷ୍ଠ ବର୍ଗରେ ଶ୍ରେୟନସି ମହାରଣା, ଶ୍ରେୟନସି ରାଉତ, ପୁରବୀ ପୁଣ୍ୟଭି, କନିଷ୍ଠ ବର୍ଗରେ ପ୍ରୀତି ପ୍ରଜ୍ଞା ପରିନିତା, ପୋୖଲୋମି ଦାସ, ସ୍ନେହା ମହାତୋ, ଏକକ ଲଘୁ ନୃତ୍ୟ ସର୍ବ କନିଷ୍ଠ ବର୍ଗରେ ଆରୋହୀ ମିସ୍ତ୍ରୀ, ରାଜଲଷ୍ମୀ ଥମ୍ବ, ସୋମାଲକ୍ଷ୍ମୀ ପ୍ରଧାନ, କି ବୋର୍ଡ଼ ସର୍ବ କନିଷ୍ଠ ବର୍ଗରେ ରେଗାନ ସି ସେନାପତି, ଅଭିଜ୍ଞାନ ଲେଙ୍କା, ସାର୍ଥକ ପ୍ରିୟଦର୍ଶୀ, କନିଷ୍ଠ ବର୍ଗରେ ଜ୍ୟୋତି ରଞ୍ଜନ ପ୍ରଧାନ, ଏସ କେ ରାୟନ ୟୁସଫ, ରୁଦ୍ରାନ୍ସ ଦାସ, ତବଲା କନିଷ୍ଠ ବର୍ଗରେ କୁମାର ଓଁ ଶଙ୍କର, ପ୍ରିୟାଂଶୁ ପ୍ରିୟବ୍ରତ, ଜଗଦୀଶ ପ୍ରସାଦ ବାରିକ, ଏକକ ଳଘୁନୃତ୍ୟ କନିଷ୍ଠ ବର୍ଗରେ ସ୍ନେହା ମହାତୋ, ପୋୖଲୋମି ଦାସ, ଏହାନି ମିଶ୍ର ଯଥାକ୍ରମେ ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିଲେ |

ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ଲୋକସଭା ସାଂସଦ ଶ୍ରୀଯୁକ୍ତ ରୁଦ୍ର ନାରାୟଣ ପାଣି ଓ ସମ୍ମାନିତ ଅତିଥି ଭାବରେ ଅନୁଗୋଳ ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ପ୍ରଧାନ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି | ଏହା ସହିତ ଓଡ଼ିଶାର ସୁନାମଧନ୍ୟ କଣ୍ଠ ଶିଳ୍ପୀ ତାନସେନ ସିଂ ଯୋଗଦେବେ ବୋଲି ଅନୁଷ୍ଠାନର ସଭାପତି ବୀରେନ୍ଦ୍ର କୁମାର ପ୍ରଧାନ ସୂଚନା ଦେଇଛନ୍ତି | ଡ଼ ବୈରାଗୀ ଚରଣ ମଲ୍ଲୀକ ମଞ୍ଚ ପରିଚାଳନା କରିଥିଲେ |ସମ୍ପାଦକ ବିଭୂତି ଭୂଷଣ ମହାପାତ୍ର ଧନ୍ୟବାଦ ଦେଇଥିଲେ |

Leave a Reply

Your email address will not be published. Required fields are marked *