କାଳନ୍ଦୀ ହେଲେ ଜାତୀୟ କ୍ଷୁଦ୍ର ଶିଳ୍ପ ନିଗମ(NSIC) ର ସ୍ୱାଧୀନ ନିର୍ଦେଶକ

ଅନୁଗୋଳ: ଅନୁଗୋଳ ଜିଲ୍ଲାର ବରିଷ୍ଠ ବିଜେପି ନେତା ତଥା ରାଜ୍ୟ ବିଜେପି  ସମ୍ପାଦକ କାଳନ୍ଦୀ ସାମଲ ଙ୍କୁ ଭାରତ ସରକାରଙ୍କର  ଜାତୀୟ କ୍ଷୁଦ୍ର ଶିଳ୍ପ ନିଗମର ସ୍ୱାଧୀନ ଡ଼ାଇରେକ୍ଟର ଭାବେ ନିଯୁକ୍ତି ମିଳିଛି। ନୂତନ ଭାବେ ଏଭଳି ଏକ ଗୁରୁ ଦାୟିତ୍ୱ  ମିଳି ଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରୀୟ ବିଜେପି ସଭାପତି ଜେପି ନଡ୍ଡା,କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଙ୍କୁ କୃତଜ୍ଞତା ଜଣାଇଛନ୍ତି ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ।ଜାତୀୟ ଶିଳ୍ପ ନିଗମକୁ ଓଡ଼ିଶା ରାଜ୍ୟ ପାଇଁ ଅଧିକ ଉପଯୋଗୀ  କରିବା ଉପରେ ଧ୍ୟାନ ଦେବା ପାଇଁ ଶ୍ରୀ ସାମଲ ପ୍ରକାଶ କରିଛନ୍ତି।

Advertisement

Leave a Reply

Your email address will not be published. Required fields are marked *