‘କଳିଙ୍ଗ ଷ୍ଟୁଡ଼ିଓ’ର ହେବ ନବକଳେବର, ନିର୍ମାଣ ହେବ ଅତ୍ୟାଧୁନିକ ଫିଲ୍ମ ଷ୍ଟୁଡିଓ .

ଭୁବନେଶ୍ବର: କଳିଙ୍ଗ ଷ୍ଟୁଡ଼ିଓକୁ ନୂଆ ରୂପ ଦେବାପାଇଁ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । କଳିଙ୍ଗ ଷ୍ଟୁଡିଓରେ ‘ଷ୍ଟେଟ୍‌ ଅଫ୍‌ ଦି ଆର୍ଟ’ ଆଧୁନିକ ସିନେମା ଷ୍ଟୁଡିଓ ‌ପ୍ରତିଷ୍ଠା ହେବ। ଷ୍ଟୁଡିଓକୁ ନୂଆ ରୂପରେଖ  ଦିଆଯିବ ଏଥି ପାଇଁ ପ୍ରାୟ ୨୦୦ ‌କୋଟି ଟଙ୍କା ଖର୍ଚ୍ଚ ହେବ। ରାଜ୍ୟ ସରକାର ଷ୍ଟୁଡ଼ିଓକୁ ଏକ ନିଯୁକ୍ତି ସୃଷ୍ଟିକାରୀ ସଂସ୍ଥାରେ ପରିଣତ କରିବା ଲାଗି ଲକ୍ଷ୍ୟ ରଖିଛନ୍ତି। ସେହିଭଳି ପ୍ରତି‌ଯୋଗିତାମୂଳକ ଓ ବ୍ୟବସାୟିକ ଢଙ୍ଗରେ ଷ୍ଟୁଡ଼ିଓକୁ ବିକଶିତ କରାଯିବ। ‌ଷ୍ଟୁଡିଓକୁ ପର୍ଯ୍ୟଟନ ଓ ସାମାଜିକ କେନ୍ଦ୍ର ଭାବେ ବିକଶିତ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ପୁନର୍ବିନ୍ୟାସ ଯୋଜନାର ରୂପରେଖ ପ୍ରସ୍ତୁତ ହୋଇଛି।କଳିଙ୍ଗ ଷ୍ଟୁଡ଼ିଓର ବିକାଶ ଲାଗି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ବୈଠକ ଅନୁଷ୍ଠିତ ହୋଇଥିଲା।

Advertisement

Leave a Reply

Your email address will not be published. Required fields are marked *