|| କନ୍ୟାରତ୍ନ ||

କନ୍ୟା ରତ୍ନ

ସୁନ୍ଦର ଫୁଲଟି ସୁବାସ ବିତରେ
ଘର ଅଗଣାରେ ଫୁଟି
କୋମଳ କଳିକା ପୃଥିବୀକୁ ଆସି
ସୁଗୁଣକୁ ଥାଏ ବାଣ୍ଟି
ମାତୃ ଗର୍ଭେ ଭୃଣ ଦଶ ମାସ ରହି
ଜନ୍ମ ହୁଅଇ ଦୁହିତା
ପରଘର ଗୃହ ଲକ୍ଷ୍ମୀ ହୁଏ ଝିଅ
ହୋଇ କାହାର ବନିତା
ଘର ଅଗଣାର ଶୋଭାକୁ ବଢାଏ
ଝିଅଟି ହେଲେ ଜନ୍ମିତ
ପିତା ମାତା ତାକୁ ଭରା ମଣି ଥାନ୍ତି
ସତ୍ୟ ନୁହଁଇ ପ୍ରକୃତ
କନ୍ୟା ରତ୍ନ ଅତି ସ୍ନେହ ଯତନରେ
ହୋଇଥାଏ କୁସୁମିତ
ବିବାହର ପରେ ହୁଏ ନାହିଁ ମଧ୍ୟ
ତଥାପିସେ ସୁରକ୍ଷିତ

ଯୌତୁକ ଯୁଇରେ ଜଳେ ସମାଜରେ ଥିବା ଅସମାଜିକର
ହାତୁ ପାଇବାକୁ ରକ୍ଷା
ବିବାହ ବନ୍ଧନେ ଛନ୍ଦି ଦିଅନ୍ତି ପିତା
ସରିବା ଆଗରୁ ଶିକ୍ଷା।
ନର ରାକ୍ଷାସର କବଳେ ଧର୍ଷିତା
ହେବାଠାରୁ ନିରାପତ୍ତା
ଝିଅଟିକୁ ଦେଇ ବିବାହ ଭାବନ୍ତି
ଏହା ଏକ ବୁଦ୍ଧି ମତା।
ଝିଅକୁ ଭାବନ୍ତି ନିୟୁନ କାହିଁକି
ହୋଇ ମଧ୍ୟ ପିତା ମାତା
କାମନା ଜ୍ବାଳରେ ଅନ୍ଧ ହେବା ପାଇଁ
ଗର୍ଭରୁ ହରାଏ ସତା।

କେତେ ବେଳେ ହେବାରୁ ଅପମାନିତ
ଲମ୍ପଟ ଭ୍ରମର ଅଫୁଟା କେଶର
କରଇ କ୍ଷତବିକ୍ଷତ।

ଗର୍ଭରେ ଚିହ୍ନଟ କରି କନ୍ୟା ଭୃଣ
କରିବାରୁ ଗର୍ଭପାତ
ଅନ୍ୟାୟ ତା ପ୍ରତି ଏକି ନିଷ୍ଟୁରତା
ମାତା ହୁଏ ପରାଜିତ।
କନ୍ୟା ରତ୍ନ ରକ୍ଷା କରିବା ସଭିଙ୍କ

କର୍ତ୍ତବ୍ୟ ନୁହେଁ କି ଭାଇ
ଫୁଟିବା ଆଗରୁ ଅତ୍ୟାଚାର ସହି
ଝାଉଁଳି ପଡ଼ଇ ସେଇ।
ବୋହୁ ହୋଇ ପରିବାର ସ୍ନେହେ ପାଇଁ
ଝୁରେ କିଏ ନିୟମିତ
କାନିରେ ଲୁହକୁ ପୋଛି ବାକୁ ବାଧ୍ୟ
ହୋଇ ଥାଏ କ୍ରମାଗତ।
ଝିଅ ମାଟି ହାଣ୍ତି ପୁରୁଷ ପିତଳ
ରହିଅଛି ଏଇ କଥା
ଏଇ କଥା ଶୁଣି ବୁଝିଛକି କେହି
ମନେହୁଏ କେତେ ବ୍ୟଥା।
ପୁଅଟିଏ ହେଲେ ଖୁସି ହୁଅ ସବୁ
କନ୍ୟା ଜନ୍ମରେ ଦୁଃଖିତ
ସାଧାରଣ ନୁହେଁ କନ୍ୟା ରତ୍ନ ହାତ
ସୁଗୁଣ ଥିଲେ ବିଖ୍ୟାତ।
ପୁରୁଷ ସର୍ବଦା ଭାବନ୍ତି ସବୁଠୁ
ଝିଅ ଅଟନ୍ତି ଦୁର୍ବଳା
ସ୍ନେହ ମୟୀ ପ୍ରେମ ମୟୀ ଦୟାମୟୀ
ନୁହଁନ୍ତି ସିଏ ଅବଳା।

ସରକାର ଙ୍କର ନିୟମ କାନୁନ
ରହିଅଛି କଡ଼ା କଡ଼ାକଡ଼ି
ଦୁର୍ନୀତି ସହିତ ରକ୍ଷକ ଭକ୍ଷକ
ରହିଥିବେ ଯଦି ଜଡି।
କିପରି ହଟିବ ସମାଜରୁ ଗଣ
ଧର୍ଷଣଏ ଅତ୍ୟାଚାର
ସମସ୍ତେ ଚାହିଁଲେ ଦୁର୍ନୀତି ହଟାଇ
ଦୁର ହେବ ଅତ୍ୟାଚାର।
ଶିକ୍ଷା ପାଇ କନ୍ୟା ପ୍ରତି କ୍ଷେତ୍ରେ ଏବେ
ପୁରୁଷର ସମକକ୍ଷ
ରାଜନୀତି ଚିକିତ୍ସକ ବୈଜ୍ଞାନିକ
ବୁଲେ ମହାକାଶ କକ୍ଷ।
ନିଜ ଝିଅ ପରି ପରର ଝିଅକୁ
ଭାବିଲେ ନିଜ ସମାନ
ନିର୍ଦ୍ଦୋନ୍ଦରେ ପଢ଼ି ନିର୍ଭୟ ରେ ଚାଲି

ପାରିଲେ ଏଇ ସମ୍ନାନ।
ପାଠ ପଢ଼ି ହେଲେ ଶିକ୍ଷିତ ସରବେ
ସେ ଆତ୍ମନିର୍ଭରଶୀଳ
ସମାଜର ହିତ କାରିଣୀ ହୁଅନ୍ତି
ଦୁଇ କୂଳର ସେ ବଳ।

ପଦ୍ମାବତୀ ମିଶ୍ର

ହୁଲୁରିସିଂଙ୍ଗା ,ଅନୁଗୋଳ

Leave a Reply

Your email address will not be published. Required fields are marked *