କରୋନା ଟିକା ନେଲେ ବିରାଟ ଓ ଇଶାନ୍ତ,ଫଟୋ ଶେୟାର କରି ଅନ୍ୟମାନଙ୍କୁ ନେବା ପାଇଁ କଲେ ଅନୁରୋଧ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ସେମାବାର କରୋନା ଟିକା ନେଇଛନ୍ତି। ସେ ପ୍ରଥମ ପାନ ଟିକା ନେଇଥିବା ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି।ବିରାଟ ଟିକା ନେଉଥିବା ସମୟର ଏକ ଫଟୋ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଏହାସହିତ ଅନ୍ୟମାନେ ଯେଉଁମାନେ ଟିକା ନେଇନାହାନ୍ତି ସେମାନଙ୍କୁ ଯଥାଶୀଘ୍ର ଟିକା ନେବା ପାଇଁ ଅନୁରୋଧ କରିଛନ୍ତି।ସେହିପରି ଭାରତୀୟ କ୍ରିକେଟର ଇଶାନ୍ତ ଶର୍ମା ମଧ୍ୟ ଆଜି ଟିକା ନେଇଛନ୍ତି । ସେ ଟ୍ୱିଟରରେ ଫଟୋ ଶେୟାର କରି ଏନେଇ ସୂଚନା ଦେଇଛନ୍ତି।

Advertisement

Leave a Reply

Your email address will not be published. Required fields are marked *