NTPC ତାଳଚେର ଥର୍ମାଲ ପକ୍ଷରୁ  ବାଳିକା ସଶକ୍ତିକରଣ କାର୍ଯ୍ୟକ୍ରମ ର ଶୁଭାରମ୍ଭ.

ତାଳଚେର : NTPC ତାଳଚେର ଥର୍ମାଲ DAV ପବ୍ଲିକ ସ୍କୁଲ ପରିସରରେ, ତାଳଚେର ଥର୍ମାଲ ପରିପାର୍ଶିକ 8 ଟି ବିଦ୍ୟାଳୟ ର 40 ଜଣ ଷଷ୍ଠ  ଶ୍ରେଣୀର ବାଳିକା ମାନଙ୍କୁ ନେଇ ଏ ବର୍ଷର ବାଳିକା ସଶକ୍ତିକରଣ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇ ଯାଇଛି.ସନ୍ଧ୍ୟାରେ ଏକ ମନୋଜ୍ଞ ପରିବେଶରେ NTPC ର କ୍ଷେତ୍ରୀୟ କାର୍ଯ୍ୟକାରୀ ନିର୍ଦେଶକ ଶ୍ରୀ ପାର୍ଥ ମଜୁମଦାର ଙ୍କ ଦ୍ୱାରା ଏହା ଉଦଘାଟିତ ହୋଇଥିଲା.ପ୍ରଦୀପ ପ୍ରଜ୍ୟୋଳନ ପରେ ପିଲାଙ୍କ ଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା. ସ୍ଥାନୀୟ ପଡିଆଭଙ୍ଗା ସରକାରୀ ହାଇସ୍କୁଲର ପ୍ରଧାନଶିକ୍ଷୟତ୍ରୀ ଶ୍ରୀମତୀ ଲତିକା ମହାପାତ୍ର ଙ୍କ ଦ୍ୱାରା ଏକ ପ୍ରାରମ୍ଭିକ ଭଜନ ପରେପରବର୍ତୀ କାର୍ଯ୍ୟକ୍ରମ ଆଗେଇ ଥିଲା.ଏହି କାର୍ଯ୍ୟଶାଳରେ ଉଦବୋଧନ ଦେଇ କ୍ଷେତ୍ରୀୟ କାର୍ଯ୍ୟକାରୀ ନିର୍ଦେଶକ ଶ୍ରୀ ମଜୁମଦାର ଏହି କାର୍ଯ୍ୟକ୍ରମ NTPC ର ଏକ ଅନନ୍ୟ ଉଦ୍ୟମ ଓ ଏହାଦ୍ୱାରା ବାଳିକା ମାନେ ଆଗକୁ ଭବିଷ୍ୟତ ଗଢି ପାରିବେ ବୋଲି କହିଥିଲେ.

Advertisement

NTPC/TTPS ର କାର୍ଯ୍ୟକାରୀନିର୍ଦେଶକ ଶ୍ରୀ ଗୌତମ ଦେବ ଏହି କାର୍ଯ୍ୟଶାଳା କିପରି ପିଲାମାନଙ୍କୁ ଭବିଷ୍ୟତ ଦିଗଦର୍ଶନ ଦେବ ସେ ବିଷୟରେ ବର୍ଣ୍ଣନା କରିଥିଲେ.ଏହି କାର୍ଯ୍ୟକ୍ରମ ରେ NTPC/TTPS ର କର୍ମଚାରୀ, ମହିଳା କ୍ଳବ ର ସଦସ୍ୟା, CISF, ଓ ବିଦ୍ୟାଳୟ ର ପ୍ରିନସିପାଲ, ସରପଞ୍ଚ, ଅଭିଭାବକ ଗଣ ଯୋଗଦେଇ ପିଲାମାନଙ୍କ ଦ୍ୱାରା ପ୍ରଦର୍ଶିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କୁ ଉପଭୋଗ କରିଥିଲେ . ଏହି କାର୍ଯ୍ୟକ୍ରମ ଆସନ୍ତା ଜୁନ 10 ତାରିଖ ପର୍ଯ୍ୟନ୍ତ ଚାଲିବ.

Leave a Reply

Your email address will not be published. Required fields are marked *