ଜଙ୍ଗଲ ଛାଡି ଏବେ ସହର ମୁହାଁ ହାତୀ: ସହର ପାଖ ଗାଁ ତୁରଙ୍ଗରେ ହାତୀପଲ

ଅନୁଗୋଳ: ଅନୁଗୋଳ ଜିଲ୍ଲାର ବଂରପାଳ ବ୍ଲକ ତୁରଙ୍ଗ ଗାଁରେ ହାତୀ ଆତଙ୍କ । ଫଳରେ ଆଜି ଦିନ ତମାମ ଲାଗିରହିଛି ଗାଁ ରେ ଭୟ ର ବାତାବରଣ । ଗୋଟିଏ ଦଳରେ ଥିବା ୩୪ଟି ହାତୀ ଆଜି ଭୋରୁ ଅନୁଗୋଳ ରେଞ୍ଜ ତୁରଙ୍ଗ ଗାଁର ଦେହୁରୀ ସାହିରେ ପସିଛନ୍ତି । ଦେହୁରୀ ସାହିର ବାଉଁଶ ପୋଖରୀ ନିକଟରେ ଥିବା ଏକ ବୁଦାଳିଆ ଜଙ୍ଗଲରେ ଦିନ ତମାମ ରହିଥିବା ବେଳେ ସନ୍ଧ୍ୟା ରେ ହାତୀ ପଲ ପାଖ ଗାଁ କାଙ୍ଗୁଲା ଆଡକୁ ଯାଇଛନ୍ତି ।

୩୪ ଟି ହାତୀଥିବା ଦଳରେ ୫ ଦନ୍ତା ସହ ୨୩ ମାଈ ଓ ୬ଟି ଛୁଆ ହାତୀ ବୁଧବାର ଭୋରୁ ଆସି ଗାଁ ପାଖ ଜଙ୍ଗଲରେ ରହିଥିବା କିଛି ଲୋକ ଦେଖିଥିଲେ । ପରେ ଘଟଣା ପ୍ରଘଟ ହେବାପରେ ହାତୀ ଦେଖିବାକୁ ତୁରଙ୍ଗ ଗାଁ ସମେତ ଅନୁଗୋଳ ସହର ରୁ ସହ ସହ ଲୋକେ ହାତୀ ଦେଖିବା ପାଇଁ ଭିଡ ଜମାଇଥିଲେ । ଖବର ପାଇ ବନ ବିଭାଗ ଅଧିକାରୀ ମାନେ ସ୍ଥାନୀୟ ସରପଞ୍ଚ ଏନକେ ସହିତ ପହଞ୍ଚି ଲୋକଙ୍କୁ ହାତୀଙ୍କ ନିକଟକୁ ଯିବାକୁ ବାରଣ କରିଥିଲେ ।

ହାତୀପଲ ଙ୍କୁ ଦିନ ତମାମ ବନ ବିଭାଗ ଅଧିକାରୀ ଜଗି ରହିଥିବା ବେଳେ ସନ୍ଧ୍ୟାରେ ବାଣ ଫୁଟାଇ ଓ ନିଆଁ ଲଗାଇ ହାତୀ ଘୌଡେଇବାକୁ ଉଦ୍ୟମ ଆରମ୍ଭ ହୋଇଥିଲା । ଅନେକ ପରିଶ୍ରମ ପରେ ହାତୀ ପଲ ସନ୍ଧ୍ୟା ପ୍ରାୟ ୬ ଟା ପରେ ତୁରଙ୍ଗ ଗାଁ ଛାଡି ନିକଟରେ ଥିବା କାଙ୍ଗୁଲା ଗାଁ ପଟକୁ ଯାଇଛନ୍ତି ।    

Leave a Reply

Your email address will not be published. Required fields are marked *