ଆଠମଲ୍ଲିକରେ ଆଇନ ସେବା ସଚେତନତା ଶିବିର  

ଅନୁଗୋଳ: ତାଲୁକ ଆଇନ ସେବା କମିଟି ତରଫରୁ ଆଠମଲ୍ଲିକ ମିନି ଷ୍ଟାଡିଅମ ଠାରେ ଏକ ମେଗା ଆଇନ ସେବା ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏହି ଶିବିରକୁ ଅନୁଗୁଳ ଜିଲ୍ଲା ଦୌରା ଜଜ ପ୍ରଣବ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ। 

Advertisement

ଅନୁଗୁଳ ଜିଲ୍ଲାରେ ଆଠମଲ୍ଲିକ ଏକ ଉପାନ୍ତ ଅଞ୍ଚଳ ହୋଇଥିବାରୁ ଏଠାରେ କିଭଳି ଲୋକ ମାନଙ୍କୁ ଆଇନ ସମ୍ପର୍କରେ ସଚେତନ କରା ଯାଇ ପାରିବ ଏବଂ ସରକାରଙ୍କ ବିଭିନ୍ନ ଜନ ହିତକର ଯୋଜନା ସେମାନଙ୍କର ପାଖରେ ପହଞ୍ଚାଯାଇ ପାରିବ ସେଥିପାଇଁ ଏଭଳି ମେଗା ଆଇନ ସହାୟତା ଶିବିର ଆୟୋଜନ କରା ଯାଉଛି ବୋଲି ମୁଖ୍ୟ ଅତିଥି  ଜିଲ୍ଲା ଦୌରା ଜଜ କହିଥିଲେ। ଏହି ଶିବିରରେ ପାନୀୟ ଜଳ ଯୋଗାଣ, କୃଷି ମତ୍ସ୍ୟ ଓ ପଶୁ ସମ୍ପଦ, ସ୍ୱାସ୍ଥ୍ୟ, ଜୀବିକା ମିଶନ ସମେତ  ସମସ୍ତ ସରକାରୀ ବିଭାଗ ତରଫରୁ ଶତାଧିକ ଷ୍ଟଲ ନିର୍ମାଣ କରାଯାଇଥିଲା।

ବିଭିନ୍ନ କାରଣରୁ ଭତା ଓ ଅନ୍ୟାନ୍ୟ ସରକାରୀ ସହାୟତା  ପାଇ ପାରି ନଥିବା ଶତାଧିକ ହିତାଧିକାରୀ ମାନଙ୍କୁ ସେଠାରେ ସହାୟତା ପ୍ରଦାନ କରା ଯାଇଥିଲା। ଯେଉଁମାନେ ବିଭିନ୍ନ କ୍ଷେତ୍ରରେ ପୋଲିସ ଓ ନ୍ୟାୟାଳୟରୁ ନ୍ୟାୟ ପାଇବାରେ ବିଳମ୍ବ ହେଉଛି ସେମାନଙ୍କୁ ମଧ୍ୟ ଶିବିରରେ ତୁରନ୍ତ ନ୍ୟାୟ ପ୍ରଦାନ କରା ଯାଇଥିଲା। ଏହି ଶିବିରରେ ଜିଲା ପ୍ରଶାସନର ବହୁ ପଦାଧିକାରୀ, ବିଭିନ୍ନ ବିଭାଗର ଅଧିକାରୀ ଯୋଗ ଦେଇଥିଲେ। ଆଠମଲ୍ଲିକ ଉପଖଣ୍ଡର ହଜାର ହଜାର ସଂଖ୍ୟାରେ ଲୋକ ଶିବିରକୁ ଆସି ସହାୟତା ପାଇ ଥିଲେ।

Leave a Reply

Your email address will not be published. Required fields are marked *