ଅନୁଗୋଳ ରେ କଲରାପତରିଆର ମୃତ୍ୟୁ

ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ତଥା ଧଣ୍ଡାତୋପା ବନାଞ୍ଚଳ ବାତ୍ରଖୋଲ ଜଙ୍ଗଲରୁ ଏକ କଲରାପତରିଆ ବାଘର ମୃତଦେହ ଉଦ୍ଧାର ହୋଇଛି। ଅନୁଗୁଳ ବନଖଣ୍ଡ ଜରପଡା ରେଞ୍ଜ ଓ ଆଠମଲ୍ଲିକ ବନଖଣ୍ଡ, ଧଣ୍ଡାତୋପା ରେଞ୍ଜ ମଧ୍ୟବର୍ତ୍ତୀ ଅଞ୍ଚଳରେ ଥିବା ବାତ୍ରାଖୋଲ ନିକଟରୁ ଗତକାଲି ରାତିରେ ଏକ ଅଣ୍ଡିରା କଲରାପତାରିଆ ବାଘ ମାରି ପଡିଥିବା ଦେଖିବାକୁ ମିଳିଥିଲା ।

ଜରପଡା ବନାଞ୍ଚଳର ୱାଚର ପାଟ୍ରୋଲିଂ ବେଳେ ବାଘ ମୃତଦେହ ସୀମାନ୍ତ ଅଞ୍ଚଳରୁ ଠାବ କରିଥିଲେ । ଖବର ପାଇ ବନ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ବାରହା ଶିକାର ପାଇଁ ବସା ଯାଇଥିବା ବିଦ୍ୟୁତ ତାର ଲାଗି ବାଘର ମୃତ୍ୟୁ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି। 

Advertisement

Leave a Reply

Your email address will not be published. Required fields are marked *