ସଡ଼କ ଦୁର୍ଘଟଣାରେ କଲରାପତରିଆ ମୃତ.

ହରଭଙ୍ଗା: ଗତରାତିରେ ବୌଦ୍ଧ-ନୟାଗଡ଼ ଜିଲ୍ଲା ସୀମାନ୍ତବର୍ତ୍ତୀ ଶାଳଭଙ୍ଗା ଅରଣ୍ୟ ଭିତର ଦେଇ ପଡ଼ିଥିବା ରାଜପଥରେ କୌଣସି ଏକ ଗାଡ଼ି ଧକ୍କା ଦେବା କାରଣରୁ ଗୋଟାଏ କଲରାପତରିଆର ମୃତ୍ୟୁ ଘଟିଛି।ମିଳିଥିବା ସୂଚନା ଅନୁସାରେ ବୌଦ୍ଧ-ନୟାଗଡ଼ ଦୁଇ ଜିଲ୍ଲା ସୀମାନ୍ତରେ ଥିବା ବାଇଶିପଲ୍ଲୀ ଅଭୟାରଣ୍ୟ ର ଶାଳଭଙ୍ଗା ଜଙ୍ଗଲ ରୁ ରାତି ରେ ବାହାରି ଆସିଥିବା କଲରାପତରିଆଟି ଖୋର୍ଦ୍ଧା ଓ ବଲାଙ୍ଗୀର ଦେଇ ପଡ଼ିଥିବା ୫୭ ନମ୍ବର ଜାତୀୟ ରାଜପଥ ଅତିକ୍ରମ କରୁଥିବା ବେଳେ କୌଣସି ଯାନ ତାକୁ ଧକ୍କା ଦେଇଥିବା ଅନୁମାନ କରାଯାଉଛି । ୫୭ ନମ୍ବର ଜାତୀୟ ରାଜପଥର କିଛି ଅଂଶ ଶାଳଭଙ୍ଗା ଅରଣ୍ୟ ଭିତର ଦେଇ ଯାଇଛି।ଗାଡ଼ି ଧକ୍କା ହେତୁ ଘଟଣାସ୍ଥଳରେ ହିଁ କଲରାପତରିଆର ମୃତ୍ୟୁ ଘଟିଛି ବୋଲି ଜଣା ପଡିଛି ।

Leave a Reply

Your email address will not be published. Required fields are marked *