ରାଜ୍ୟ ରଏହି ଜିଲାରେ ହୋଇପାରେ ବର୍ଷା,ଏହି ସବୁ ଜିଲାରେ ହୋଇପାରେ ଘନ କୁହୁଡି।

ଭୁବନେଶ୍ୱର: ବଙ୍ଗୋପସାଗରରୁ ଓଡ଼ିଶା ମଧ୍ୟକୁ ପ୍ରବେଶ କରୁଥିବା ଉଷ୍ମ ଓ ଜଳୀୟବାଷ୍ପପୂର୍ଣ୍ଣ ସାମୁଦ୍ରିକ ପବନର ପ୍ରଭାବରେ ରାଜ୍ୟ‌ରେ ଶୀତ ପ୍ରକୋପ କମିଛି। ରାଜ୍ୟର ରାତି ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହୁଥିବା ବେଳେ ଅଧିକାଂଶ ସ୍ଥାନରେ ଘନ କୁହୁଡ଼ି ପଡ଼ୁଥିବା ଦେଖିବାକୁ ମିଳିଛି। ଏଥିସହ ରାଜ୍ୟରେ ଆଗକୁ ଆହୁରି ୪ ଦିନ ପର୍ଯ୍ୟନ୍ତ ଏଭଳି ପାଗ ଜାରି ରହିବ ଓ କିଛି କିଛି ସ୍ଥାନରେ ବର୍ଷାର ବି ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ପାଣିପାଗ ବିଭାଗର ସୂଚନା ମୁତାବକ କେଉଁଝର, ସୁନ୍ଦରଗଡ, ବଲାଙ୍ଗୀର, କୋରାପୁଟ ଓ ମାଲକାନଗିରିର କିଛି ଅଞ୍ଚଳରେ ଘନ କୁହୁଡି ହେବାର ସମ୍ଭାବନା ଥିବାବେଳେ ବାଲେଶ୍ୱର, ଗଞ୍ଜାମ, ଗଜପତି, ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ, କଳାହାଣ୍ଡି ଓ କନ୍ଧମାଳର କିଛି ଅଞ୍ଚଳରେ କୁହୁଡି ପଡିବ |

ସେହିପରି ଆଜିଠାରୁ ଆସନ୍ତାକାଲି ସକାଳ ୮ଟା ୩୦ ମଧ୍ୟରେ ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ଦେବଗଡ, କେଉଁଝର, ବରଗଡ଼ର ଗୋଟିଏ କି ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇପାରେ | ତେବେ ଘନ କୁହୁଡି ପାଇଁ ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳରେ ଘନ କୁହୁଡି ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି |ସେହିପରି ଆସନ୍ତା ୨୯ ତାରିଖରୁ ୩୦ ତାରିଖ ମଧ୍ୟରେ ନୂଆପଡା, ବଲାଙ୍ଗୀର, ସୋନପୁର, ବୌଦ୍ଧ, ନୟାଗଡ, ଖୋର୍ଦ୍ଧାର କିଛି ଅଞ୍ଚଳରେ ହାଲୁକା ବର୍ଷା ହୋଇପାରେ | ଆସନ୍ତା ୩୦ ତାରିଖରୁ ୩୧ ତାରିଖ ମଧ୍ୟରେ ଉପକୂଳ ଓଡିଶା, ମୟୁରଭଞ୍ଜ, କେଉଁଝର, ଢେଙ୍କାନାଳ, କନ୍ଧମାଳର କିଛି ଅଞ୍ଚଳରେ ହାଲୁକା ବର୍ଷା ହୋଇପାରେ ।

Leave a Reply

Your email address will not be published. Required fields are marked *