ଭୁବନେଶ୍ୱର: ରାଜ୍ୟରେ ପୁଣି ବଢ଼ିଲା ଲକ୍ଡାଉନ୍ । ଜୁନ୍ ୧ ଠାରୁ ଜୁନ୍ ୧୭ ସକାଳ ୫ଟା ପର୍ଯ୍ୟନ୍ତ ବଢ଼ିଲା ଲକ୍ଡାଉନ୍ । ୧୬ ଦିନ ଲକ୍ଡାଉନ ବଢ଼ାଇଲେ ରାଜ୍ୟ ସରକାର। ଜୁନ ୧ ତାରିଖ ସକାଳେ ଶେଷ ହେବାକୁ ଥିଲା ଲକ୍ଡାଉନ୍। ରାଜ୍ୟରେ ଧିରେ ଧିରେ କରୋନା ସଂକ୍ରମଣ କମିବାରେ ଲାଗିଛି। ୧୦ ହଜାର ତଳକୁ ଖସିଛି କରୋନା ସଂକ୍ରମଣ। ତେବେ କରୋନାକୁ ମାତ ଦେବା ପାଇଁ ପୁଣି ଆଜିଠୁ ଆଉଥରେ ବଢ଼ିଲା ଲକ୍ଡାଉନ୍। ତୃତୀୟ ଥର ପାଇଁ ବଢ଼ିବ ଲକ୍ଡାଉନ୍। କରୋନାକୁ କଣ୍ଟ୍ରୋଲକୁ ଆଣିବା ପାଇଁ ବାରମ୍ବାର ବଢ଼ୁଛି ଲକଡାଉନ। ପୂର୍ବପରି ସବୁଠି କଡ଼ା କଟକଣା ଜାରି ରହିବ। ଅତ୍ୟାବଶ୍ୟକ ସେବା ବ୍ୟତିତ ଅନ୍ୟ ସବୁକିଛି ବନ୍ଦ ରହିଛି।
ଜୁନ୍ ୧୭ ତାରିଖ ସକାଳ ଯାଏଁ ଲକଡାଉନ କଟକଣା ବଳବତ୍ତର ରହିବ। ଏହି ସମୟରେ ସପ୍ତାହାନ୍ତ ସଟ୍ଡାଉନ୍ ବି ଲାଗୁ ହେବ। କଟକଣା ସମୟରେ ସ୍ୱାସ୍ଥ୍ୟସେବା ଓ ଜରୁରୀ ସେବାକୁ ଅନୁମତି ମିଳିଛି। ଲକ୍ଡାଉନ୍ ବେଳେ ଘରଠାରୁ ୫ଶହ ମିଟର ଭିତରେ ସକାଳ ୬ଟାରୁ ୧୨ଟା ମଧ୍ୟରେ ଚାଲି ଚାଲି ଯାଇ ପରିବା କିଣିପାରିବେ ଜନସାଧାରଣ। ୯ ଜିଲ୍ଲାରେ ପଜିଟିଭ୍ ହାର କମୁଥିବା ବେଳେ କିଛି ରାଜ୍ୟରେ ବର୍ତ୍ତମାନ ସଂକ୍ରମଣ ଅଧିକ ରହିଛି । ବର୍ତ୍ତମାନ ଟିକାକରଣକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ନୁଆପଡା, ସୁନ୍ଦରଗଡ ଏବଂ ଗଜପତିରେ ଲକଡାଉନ୍ କୋହଳ କରାଯାଇଛି । ଏହି ତିନି ଜିଲ୍ଳାରେ ଦିନ ୧ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ । ଏହି ତିନି ଜିଲ୍ଲାରେ ସେଲୁନ୍, ପାର୍ଲର୍ ମଲ୍ ଆଦି ଖୋଲିବ ନାହିଁ । ଏଥିସହ ପୂର୍ବରୁ ଜାରି ରହିଥିବା ସମସ୍ତ କଟକଣା ଅନ୍ୟ ଜିଲ୍ଲା ମାନଙ୍କରେ ଜାରି ରହିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇ କହିଛନ୍ତି ।