ସରକାରୀ ନିୟମ କୁ ମାନୁ ନାହାଁନ୍ତି ମଦ ବ୍ୟବସାୟୀ । ଖୁଲାମ ଖୁଲା ହେଉଛି ମଦ ବିକ୍ରୀ ।

ଅନୁଗୋଳ: ଅନୁଗୋଳ ସହରରେ ହେଉଛି ଖୁଲାମ ଖୁଲା ମଦ ବିକ୍ରି । ସବୁ କଟକଣା କୁ ବାଏଁ ବାଏଁ ଉଡେଇ ଦେଇଛନ୍ତି ମଦ କିଣୁଥିବା ବ୍ୟକ୍ତି ଓ ମଦ ଦୋକାନୀ । ସରକାରୀ ଭାବେ ଅନ ଲାଇନ ରେ  ମଦ ବିକ୍ରି ପାଇଁ ଅନୁମତି ଥିବା ବେଳେ ଏହାକୁ  ଖୋଲା ଖୋଲି ଉଲଂଘନ କରିଛନ୍ତି ମଦ ଦୋକାନୀ ।ଆଜି ଏଭଳି ଦୃଶ୍ୟ ନଜର କୁ ଆସିଛି ଅନୁଗୋଳ ସହର ର ଦେଲି ମାର୍କେଟ ରେ ।ମାର୍କେଟ ରେ ଥିବା ଏକ ମଦ ଦୋକାନୀ ସବୁ କଟକଣା କୁ ବାଏଁ ବାଏଁ ଉଡ଼ାଇ ଦେଇ ମଦ ବିକ୍ରି କରିଥିବା ନଜର କୁ ଆସିଛି ।

ଲକଡାଉନ ସମୟରେ ମଦ ବିକ୍ରୀ ପାଇଁ କଟକଣା ଥିବା ବେଳେ କେବଳ ଅନ ଲାଇନ ରେ ମଦ ବିକ୍ରୀ ପାଇଁ ନିୟମ ରହିଛି । ହେଲେ ଏହି ନିୟମ କୁ କେବଳ ଏହି ଜଣେ ମଦ ବ୍ୟବସାୟୀ ମାନୁ ନାହାନ୍ତି ତାହା ନୁହେଁ ଜିଲ୍ଲାରେ ଅନେକ ସ୍ଥାନରେ ବ୍ୟବସାୟୀ ମାନେ ଦୋକାନ ଖୋଲି ମଦ ବିକ୍ରୀ କରୁଥିବା ଅଭିଯୋଗ ଆସୁଛି । ଫଳରେ ଦିନକୁ ଦିନ ତୀବ୍ର ଅସନ୍ତୋଷ ଦେଖାଦେଉଛି ।  ତେବେ ଏନେଇ ଅବକାରୀ ବିଭାଗ ନିକଟରେ ଖବ ନଥିବା ବେଳେ କିଭଳି ମଦ ବ୍ୟବସାୟୀ ସରକାରୀ ନିୟମକୁ ମାନୁ ନାହାନ୍ତି ତାହା ସାଧାରଣରେ ପ୍ରଶ୍ନ ବାଚି ଛିଡା କରିଛି ।

Leave a Reply

Your email address will not be published. Required fields are marked *