ପୁଣି ରୋଷେଇ ଘରେ ମହଙ୍ଗା ମାଡ଼, ୫୦ ଟଙ୍କା ବଢ଼ିଲା ଘରୋଇ ଗ୍ୟାସ ସିଲିଣ୍ଡର.

ନୂଆଦିଲ୍ଲୀ: ମହଙ୍ଗାକୁ ନେଇ ପୂର୍ବରୁ ସଙ୍କଟରେ ପଡିଥିବା ସାଧାରଣ ଲୋକ ଆଉ ଏକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ପୁଣି ଥରେ ରୋଷେଇ ଘରେ ମହଙ୍ଗା ମାଡ ହୋଇଛି ଯାହାକି  ବୋଝ ଉପରେ ନଳିତା ବିଡା ଲଦି ହୋଇଛି। ଶନିବାର ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୫୦ ଟଙ୍କା ବୃଦ୍ଧି ପାଇଛି। ଆଜିଠାରୁ ୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୫୦ ଟଙ୍କା ବୃଦ୍ଧି କରାଯାଇଛି। ଘରୋଇ ଘରୋଇ ଗ୍ୟାସ ସିଲିଣ୍ଡରର ନୂତନ ମୂଲ୍ୟ ବର୍ତ୍ତମାନ ସିଲିଣ୍ଡର ପିଛା ୯୯୯.୫୦ ଟଙ୍କା ହେବ।

ଦେଶରେ ପ୍ରତ୍ୟେକ ଦିନ କୌଣସି ନା କୌଣସି ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଇଛି। ଚଳିତ ସପ୍ତାହରେ ସାବୁନ, ସ୍ୟାମ୍ପୁ, ପାଉଡର ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀର ମୂଲ୍ୟ ବୃଦ୍ଧି କରିବାକୁ ୟୁନିଲିଭର ନିଷ୍ପତ୍ତି ନେଇଛି। ପୋଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ସାଧାରଣ ଖାଉଟିଙ୍କ ଉପରେ ପଡିଛି। ଏହାରି ଭିତରେ ଜନସାଧାରଣଙ୍କ ଉପରେ ଉପରେ ମହଙ୍ଗା ମାଡ ହୋଇଛି। ପ୍ରାୟ ଦେଢ ମାସ ପରେ ପୁଣି ଥରେ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପାଇଛି। ସୂଚନାଯୋଗ୍ୟ, ୫ ରାଜ୍ୟର ବିଧାନସଭା ନିର୍ବାଚନ ସମୟରେ ଦେଶରେ LPG ଓ ତୈଳଦର ସ୍ଥିର ଥିଲା। ୬ ଅକ୍ଟୋବର ୨୦୨୧ ପରଠାରୁ ଏଥିରେ କୌଣସି ପରିବର୍ତ୍ତନ ଆସିନଥିଲା। କିନ୍ତୁ ମାର୍ଚ୍ଚ ୨୨ ପରଠାରୁ ଉଭୟ LPG ଓ ପେଟ୍ରୋଲ-ଡିଜେଲ ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି। ଯାହାରୁ ପ୍ରଭାବ ସାଧାରଣ ଲୋକଙ୍କ ପକେଟ ଉପରେ ପଡିଛି। ତେବେ ଏହି ମୂଲ୍ୟ ବୃଦ୍ଧି ରାଜ୍ୟ ରାଜ୍ୟ ମଧ୍ୟରେ ଭିନ୍ନ ଭିନ୍ନ ହୋଇଥାଏ।

Leave a Reply

Your email address will not be published. Required fields are marked *