ଏଲପିଜି ଦର ବଢିଥିଲା ୧୨୫ ଟଙ୍କା,ଏବେ କମିଲା୧୦ଟଙ୍କା ।

ନୂଆଦିଲ୍ଲୀ : ରନ୍ଧନ ଗ୍ୟାସ ର ମୂଲ୍ୟ ପ୍ରାୟ ୧୨୫ ଟଙ୍କା ବଢିଥିବା ବେଳେ ବେଶ କିଛି ମାସର ବ୍ୟବଧାନରେ ଆଜି ପ୍ରଥମ ଥର ପାଇଁ ଦର ହ୍ରାସ ପାଇଛି । ଏଲପିଜି ଦର ସିଲିଣ୍ଡର ପିଛା ମାତ୍ର ୧୦ ଟଙ୍କା  ହ୍ରାସ ପାଇଛି । ଏହି ଦର ଏପ୍ରିଲ ୧ରୁ ଲାଗୁ ହେବ । ଏଣୁ ଏହି ସାମାନ୍ୟ ପରିମାଣର ହ୍ରାସ ସାଧାରଣ ଖାଉଟିଙ୍କୁ ଯେ ଆଶ୍ବସ୍ତ କରିବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ତର୍ଜାତୀୟ ବଜାରରେ ଗ୍ୟାସ ଦର ବୃଦ୍ଧି ଯୋଗୁଁ ତେଲ କମ୍ପାନିମାନେ ଗତ ମାର୍ଚ୍ଚ ମାସ ପହିଲାଠାରୁ ଏଲପିଜି (୧୪.୨ କିଲୋଗ୍ରାମ) ସିଲିଣ୍ଡର ପିଛା ୨୫ ଟଙ୍କା ବୃଦ୍ଧି କରିଥିଲେ । ସେହିପରି ଫେବ୍ରୁଆରି ମାସରେ ଏଲପିଜି ସିଲିଣ୍ଡର ଦର ୧୦୦ ଟଙ୍କା ବୃଦ୍ଧି ପାଇଥିଲା । ଗତ ବର୍ଷ ଡିସେମ୍ବର ମାସରେ ମଧ୍ୟ ଏଲପିଜି ଦର ଦୁଇଥର ବଢିଥିଲା ।ଏବେ ଗତ କିଛି ଦିନ ହେଲା ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ହ୍ରାସ ପାଉଥିବାରୁ ପେଟ୍ରୋଲ, ଡିଜେଲ ଦର କମିବା ଆରମ୍ଭ କରିଛି । ସେହିପରି ଗ୍ୟାସ ଦର ମଧ୍ୟ ଆଗକୁ କମିବ ବୋଲି ଆଶା କରାଯାଉଛି ।

Leave a Reply

Your email address will not be published. Required fields are marked *