ମହଙ୍ଗା ମାଡ଼ : ପୁଣି ୫୦ଟଙ୍କା ବଢିଲା ଏଲପିଜି ସିଲିଣ୍ଡର ଧର ।

ନୂଆଦିଲ୍ଲୀ : ଦେଶରେ ପେଟ୍ରୋଲ ଓ ଡିଜେଲ ଦର ନିୟମିତ ଭାବେ ବଢିଚାଲିଥିବାବେଳେ ଆଜି ପୁଣି  ତେଲ କମ୍ପାନିମାନେ ରନ୍ଧନ ଗ୍ୟାସ ବା ଏଲପିଜିର ଦର ବୃଦ୍ଧି କରିଛନ୍ତି । ଏକ ୧୪ କିଲୋଗ୍ରାମ ବିଶିଷ୍ଟ ଅଣସବସୀଡି ଏଲପିଜି ସିଲିଣ୍ଡରର ପିଛା ୫୦ ଟଙ୍କା ଲେଖାଏଁ ବୃଦ୍ଧି କରାଯାଇଛି । ଏହା ଫଳରେ ଦିଲ୍ଲୀରେ ଏହି ସିଲିଣ୍ଡରର ମୂଲ୍ୟ ୭୬୯ ଟଙ୍କାକୁ ବୃଦ୍ଧି ପାଇଛି । ଏହି ବର୍ଦ୍ଧିତ ଦର ସୋମବାର ମଧ୍ୟରାତ୍ରିରୁ ଲାଗୁ ହେ।ଏହି ଦରବୃଦ୍ଧିକୁ ମିଶାଇ ତେଲ କମ୍ପାନିମାନେ ଗତ ୧୫ ଦିନ ମଧ୍ୟରେ ଏଲପିଜି ଦର ୨ ଥର ବଢାଇସାରିଲେଣି । 

ଏହା ପୂର୍ବରୁ ଚଳିତ ମାସ ୪ ତାରିଖରେ ତୈଳ କମ୍ପାନିମାନେ ଏଲପିଜି ସିଲିଣ୍ଡର ଦର ୨୫ ଟଙ୍କା ବୃଦ୍ଧି କରିଥିଲେ ।ଗୋଟିଏ ପଟେ ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ଓ ଏବେ ଏଲପିଜିର ଦର ବୃଦ୍ଧି ସାଧାରଣ ଖାଉଟିଙ୍କୁ ଅଧିକ ବିଚଳିତ କରିବାର ସମ୍ଭାବନା ରହିଛି ।

Leave a Reply

Your email address will not be published. Required fields are marked *