ଓଡ଼ିଶାବାସୀ ଦେଖିଲେ ଚନ୍ଦ୍ରଗ୍ରହଣ : ମେଘାଚ୍ଛନ୍ନ ଆକାଶ ଯୋଗୁଁ କେତେକ ସ୍ଥାନରେ  ଆଂଶିକ ଦୃଶ୍ୟମାନ

ସ୍ଵର ବ୍ୟୁରୋ: ଆଜି ହୋଇଥିବା ଚନ୍ଦ୍ରଗ୍ରହଣ ଓଡ଼ିଶାବାସୀ ଦେଖିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଲୋକେ ଚନ୍ଦ୍ରଗ୍ରହଣ ଦେଖିଛନ୍ତି । ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ହୋଇଥିଲେ ହେଁ ମେଘ ଆକାଶ ଯୋଗୁଁ କେତେକ ସ୍ଥାନରେ ଲୋକେ ଆଂଶିକ ଚନ୍ଦ୍ରଗ୍ରହଣ ଦେଖିଛନ୍ତି। ସନ୍ଧ୍ୟା ୬ଟା ୧୯ ଯାଏଁ ଆଂଶିକ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହୋଇଥିଲା। ଏହା ୫ଟା ୫ରୁ ୫ଟା ୧୧ ମିନିଟ ପର୍ଯ୍ୟନ୍ତ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଥିଲା।

ଆଜି କାର୍ତ୍ତିକ ପୂର୍ଣ୍ଣିମାରେ ରାହୁ ଗ୍ରସ୍ତ ଚନ୍ଦ୍ରଗ୍ରହଣ କାରଣରୁ ସୂର୍ଯ୍ୟୋଦୟଠାରୁ ପାକକର୍ମ, ଅନ୍ନଭୋଜନ, ଦେବନୀତି ନିଷେଧ କରାଯାଇଥିଲା। ଜ୍ୟୋତିର୍ବିଦ୍‌ ଙ୍କ ମତାନୁସାରେ ମଙ୍ଗଳବାର ଅପରାହ୍ନ ୨ଟା ୩୮ ମିନିଟ୍‌ ୧୪ ସେକେଣ୍ଡ୍‌ରେ ଗ୍ରହଣ ସ୍ପର୍ଶ କରୁଛି। ସଂଧ୍ୟା ୬ଟା ୧୮ ମିନିଟ୍‌ ୪୭ ସେକେଣ୍ଡ୍‌ରେ ଗ୍ରହଣ ସର୍ବମୋକ୍ଷ ହେବ। ଏହିଦିନ ସୂର୍ଯ୍ୟୋଦୟଠାରୁ ଅର୍ଥାତ୍‌ ସକାଳ ୫ଟା ୫୪ ମିନିଟ୍‌ ୫୩ ସେକେଣ୍ଡ୍‌ରୁ ଅନ୍ନଭୋଜନ, ପାକ କର୍ମ ଓ ଦେବନୀତି ନିଷେଧ କରାଯାଇଛି। ସୂର୍ଯ୍ୟୋଦୟ ପୂର୍ବରୁ ଲୋକେ ଡଙ୍ଗାଭସା କାମ ସାରିଥିଲେ।

Leave a Reply

Your email address will not be published. Required fields are marked *