କଟକଣା ସହ ମଣ୍ଡପରେ ଚାଲିଛି ମାଆଙ୍କ ଅଷ୍ଟମୀ ପୂଜା

ସ୍ଵର ବ୍ୟୁରୋ: ଆଜି ଦଶଭୁଜା ମା’ ଦୁର୍ଗାଙ୍କ ଅଷ୍ଟମୀ ପୂଜା । ସ୍ୱତନ୍ତ୍ର ରୀତିନୀତି ସହ କୋଭିଡ କଟକଣା ଭିତରେ ମହାମାୟାଙ୍କ ପୂଜାର୍ଚ୍ଚନା ଚାଲିଛି । ତେବେ କୌଣସି ମଣ୍ଡପରେ ଭକ୍ତ, ମା’ ଜଗତଜନନୀଙ୍କ ଦର୍ଶନ କରିପାରୁନଥିବା ଦେଖାଯାଇଛି। କିଛି ଭକ୍ତ ଆସି ମଣ୍ଡପ ବାହାରେ ଅପେକ୍ଷା କରିଥିବା ଦୃଶ୍ୟ ଦେଖାଯାଇଥିଲେ ବି ସେମାନେ ପରଦା ପଛରେ ରହି ପୂଜା କରିଥିବା ଦେଖାଯାଇଛି। ତେବେ ଭକ୍ତ ଓ ମା’ଙ୍କୁ ଯୋଡ଼ିବା ପାଇଁ ମଣ୍ଡପ ଗୁଡ଼ିକରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ସୋସିଆଲ ମିଡିଆ ମାଧ୍ୟମରେ ପୂଜାର୍ଚ୍ଚନାର ସିଧା ପ୍ରସାରଣ କରାଯାଉଛି । ଘରେ ରହି ଭକ୍ତମାନେ ମା’ଙ୍କ ଦର୍ଶନ କରିପାରୁଛନ୍ତି। କରୋନା ମହାମାରୀ ପାଇଁ ସବୁଠି ନିରାଡମ୍ବର ଭାବେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ସ୍ଥାପନ କରାଯାଇଛି । ଭୁବନେଶ୍ୱର, କଟକ, ସମ୍ବଲପୁରର, ବଲାଙ୍ଗିର, ବ୍ରହ୍ମପୁର, ବାଲେଶ୍ଵର, ମୟୂରଭଞ୍ଜ ଓ ଅନୁଗୋଳ ଆଦି  ବିଭିନ୍ନ ପୂଜା ମଣ୍ଡପରେ କରୋନା କଟକଣା ଭିତରେ ମା’ଙ୍କ ପୂଜାର୍ଚ୍ଚନା ଚାଲିଛି । ଅନୁଗୋଳ ସହରର ୧୦ ଟି ସ୍ଥାନରେ ଦେବୀ ଦୂର୍ଗା ଙ୍କୁ ଆରାଧନା କରାଯାଉଛି । ଏଥର ଅମଲାପଡା , ଶିମିଳିପଡା, ହେମସୁରପଡା ହୁଲୁରିଶିଙ୍ଘା ଓ ଦଶହରା ପଡିଆ କୁ ଛାଡି ଦେଲେ ଅନେକ ମଣ୍ଡପରେ ହରପାର୍ବତୀଙ୍କୁ ମଧ୍ୟ ଆରାଧନା କରାଯାଉଛି । ମା’ ଦୁର୍ଗାଙ୍କର ପୂଜା ମଣ୍ଡପରେ ପଣ୍ଡିତଙ୍କ ବେଦମନ୍ତ୍ର ସାଙ୍ଗକୁ ଚଣ୍ଡୀପାଠରେ ଭକ୍ତିମୟ ହେଉଛି ପୁରା ପରିବେଶ ।

Leave a Reply

Your email address will not be published. Required fields are marked *