ସୁନ୍ଦରଗଡ: ସୁନ୍ଦରଗଡ ଜଙ୍ଗଲରେ ମଧ୍ୟପ୍ରଦେଶର ମହାବଳ ବାଘ ଠାବ ହୋଇଛି। ଦୀର୍ଘ ଦୁଇ ଦଶନ୍ଧି ପରେ ମହାବଳ ବାଘ ବୁଲୁଥିବା ଦେଖିବାକୁ ମିଳିଛି । ବନବିଭାଗ ପକ୍ଷରୁ ଲଗାଯାଇଥିବା କ୍ୟାମେରାରେ ମହାବଳ ଟ୍ରାପ୍ ହେବା ପରେ ଏହି ଖବର ସାମ୍ନାକୁ ଆସିଛି । ଏନେଇ ‘ଏକ୍ସ’ ରେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ । ତେବେ ବାଘଟି ତାର ନୂଆ ସ୍ଥାନ ତିଆରି ପାଇଁ ମଧ୍ୟପ୍ରଦେଶରୁ ଚାଲି ଆସିଥିବା କୁହାଯାଉଛି।
ଓଡ଼ିଶା ସରକାରଙ୍କ ଦ୍ବାରା ନିକଟରେ ଆୟୋଜିତ ଅଲ ଓଡିଶା ଟାଇଗର ଏଷ୍ଟିମେସନ ୨୦୨୩-୨୪ ଅନୁଯାୟୀ, ରାଜ୍ୟର ଜଙ୍ଗଲରେ ୩୦ ଟି ବୟସ୍କ ବାଘ ଏବଂ ୮ଟି ଛୁଆ ବାଘ ଅଛନ୍ତି । ମୟୂରଭଞ୍ଜ ଜିଲ୍ଲାର ସିମିଳିପାଳ ଟାଇଗର ରିଜର୍ଭରେ ୨୭ ଟି ବୟସ୍କ ବାଘ ରହିଛନ୍ତି ।