ମେ’୫ରେ ପଶ୍ଚିମବଙ୍ଗ ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ

କୋଲକାତା: ୨୦୨୧ ବିଧାନସଭା ନିର୍ବାଚନରେ ବିପୁଳ ଭୋଟରେ ବିଜୟ ହାସଲ କରିବା ପରେ ଏବେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ପ୍ରସ୍ତୁତ ହେଉଛନ୍ତି ତୃଣମୂଳ କଂଗ୍ରେସ(ଟିଏମସି)ର ସୁପ୍ରିମୋ ମମତା ବାନାର୍ଜୀ। ଗତକାଲି ଫଳାଫଳ ଆସିବା ପରେ ମେ’ ୫ରେ ଟିଏମସି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଜଣାପଡ଼ିଛି। ଏହା ପୂର୍ବରୁ ଆଜି ଟିଏମସି ବୈଠକରେ ସର୍ବସମ୍ମତିକ୍ରମେ ମମତା ବାନାର୍ଜୀଙ୍କୁ ବିଧାୟକ ଦଳ ନେତା ବଛାଯାଇଛି। ଶପଥ ଗ୍ରହଣ ସମାରୋହ ବିଷୟରେ ମମତା ବାନାର୍ଜୀ କହିଛନ୍ତି ଯେ, ଆମେ ଏକ ସରଳ ଶପଥ ଗ୍ରହଣ କାର୍ଯ୍ୟକ୍ରମ କରିବୁ। ସେ କହିଛନ୍ତି ଯେ, ଦେଶ କରୋନା ଯୁଦ୍ଧରେ ଜିତିବା ପର୍ଯ୍ୟନ୍ତ ଆମେ କୌଣସି ପ୍ରକାରର ଶୋଭାଯାତ୍ରା କରିବୁ ନାହିଁ।

Advertisement

Leave a Reply

Your email address will not be published. Required fields are marked *