ସୋନିଆଙ୍କୁ ଭେଟିଲେ ଦିଦି

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ତାଙ୍କର ପାଞ୍ଚ ଦିନିଆ ଦିଲ୍ଲୀ ଗସ୍ତର ତୃତୀୟ ଦିନରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି। ତେବେ ମମତା ସୋନିଆଙ୍କୁ ଏମିତି ସମୟରେ ଭେଟିଛନ୍ତି ଯେତେବେଳେ ବିରୋଧୀ ଦଳର ଏକତା ଉପରେ ନିରନ୍ତର ଆଲୋଚନା ଚାଲିଛି | ପେଗାସସ୍, କୃଷି ଆଇନ ଏବଂ ମୁଦ୍ରାସ୍ଫୀତି ପ୍ରସଙ୍ଗରେ ସଂସଦ ଅଚଳ ଥିବାବେଳେ ଆଜି ସୋନିଆ ଗାନ୍ଧୀଙ୍କୁ ଭେଟିବା ପୂର୍ବରୁ ମମତା ବିରୋଧୀ ଦଳମାନଙ୍କୁ ଏକଜୁଟ ହେବାକୁ ନିବେଦନ କରିଛନ୍ତି।

ସେ କହିଛନ୍ତି ଯେ ସୋନିଆ ଗାନ୍ଧୀ ବିରୋଧୀ ଦଳର ଏକତା ଚାହୁଁଛନ୍ତି। ଆଞ୍ଚଳିକ ଦଳ ଉପରେ କଂଗ୍ରେସର ବିଶ୍ୱାସ ରହିଛି। ମମତା ଆହୁରି କହିଛନ୍ତି ଯେ ଯଦି ସମସ୍ତ ଆଞ୍ଚଳିକ ଦଳ ଏକାଠି ହୁଅନ୍ତି, ତେବେ ଗୋଟିଏ ଦଳ(ବିଜେପି) ପରାଜିତ ହେବ |

Leave a Reply

Your email address will not be published. Required fields are marked *