ଦୂର ହେବ ଆମ୍ବ ଚାଷୀ ଙ୍କ ଦୁଃଖ, ଚାଷୀ ପାଇବେ ନିଜ ଉତ୍ପାଦନ ର ଉଚିତ ମୂଲ୍ୟ ।

ଅନୁଗୋଳ: ଆଜିଠାରୁ ଅନୁଗୋଳ ଜିଲାରେ ଗଡ଼ିଚି ମ୍ୟାଗୋ ଅନ ହୁଇଲ ଗାଡ଼ି । ଜିଲାର ଆମ୍ବ ଚାଷୀ ଙ୍କୁ ବାଜର ସୁବିଧା ଯୋଗାଇବା ଲକ୍ଷରେ ଓରମାସ , ମିଶନ ଶକ୍ତି , ଜିଲା ଉଦ୍ୟାନ ବିଭାଗ ଓ ବିଭିନ୍ନ ସ୍ୱତ୍ସାସେବୀ ଅନୁଷ୍ଠାନ ମାନଙ୍କ ମିଳିତ ସହଯୋଗରେ ଆରମ୍ଭ ହୋଇଛି ମୋ ଗାଁ ଆମ୍ବ ପସରା କାର୍ଯ୍ୟକ୍ରମ । ଅଭାବୀ ବିକ୍ରୀ ର ଶିକାର ହେଉଥିବା ଆମ୍ଭ ଚାଷୀ ଙ୍କୁ ଏହି କୋରନା କଟକଣା ମଧ୍ୟରେ ବଜାର ସୁବିଧା ଯୋଗାଇବା ଲକ୍ଷରେ କାର୍ଯ୍ୟକ୍ରମ ହାତକୁ ନେଇଛି ପ୍ରାସାସନ । ସାଧାରଣ ଲୋକଟିକୁ ଉଚିତ ମୂଲ୍ୟରେ ଉପଯୁକ୍ତ ଆମ୍ଭ ଯୋଗାଇ ବା ସହ  ଚାଷୀ କୁ ତା ଉତ୍ପାଦନ ମୂଲ୍ୟ ଯୋଗାଇବା ପାଇଁ ଆରମ୍ଭ ହୋଇଥିବା ଏହାଜ ବ୍ୟବସ୍ଥା ର ଆଜି ଆରମ୍ଭ କରାଯାଇ। ଅନୁଗୋଳ  ଗ୍ରାମ୍ୟ ଉର୍ଣ୍ଣାୟନ ସଂସ୍ଥା ର ପ୍ରକଳ୍ପ ନିର୍ଦେଶକ ଦିଲୀପ କୁମାର ସାହୁ ଓ ଅତିରିକ୍ତ ଜିଲାପାଳ ଏହି ବ୍ୟବସ୍ଥା ର ଶୁଭାରମ୍ଭ କରିଛନ୍ତି । 

Advertisement

ଅନୁଗୋଳ ଜିଲାରେ ଏଥର ପ୍ରଚୁର ଆମ୍ଭ ଉତ୍ପାଦନ ହେଉଛି । କିନ୍ତୁ କୋରନା କଟକଣା ଯୋଗୁ ଚାଷୀ କିମ୍ବା ସାଧାରଣ ବେପାରୀ ଙ୍କୁ ଆମ୍ଭ ବିକିବାକୁ ଉପଯୁକ୍ତ ବଜାର ବ୍ୟବସ୍ଥା ନାହିଁ। । ତେଣୁ ଶାଗ ମାଛ ଦରରେ ଚାଷୀ ଆମ୍ବ ବିକ୍ରି କରୁଛି । ଏହି ଆମ ଗାଁ ଆମ୍ବ ପସରା ମଧ୍ୟରେ ଗାଁ ଗାଁ ର ଆମ୍ବ ଚାଷୀ ଙ୍କ ଠାରୁ ଆମ୍ବ କିଣି ତାକୁ କଟକଣା ଯୋଗୁଁ ଘରେ ରହୁଥିବା ଖାଉଟି ଙ୍କୁ ଯୋଗାଇ ଦେବାର ଲକ୍ଷ ରଖାଯାଇଛି। ଏଥିପାଇଁ ଚାରୋଟି ଆମ୍ଭ ଭର୍ତି ଗାଡି ଜିଲାର ପ୍ରତି ଅଞ୍ଚଳ ଏବଂ ଶିଳ୍ପାଞ୍ଚଳ ମାନଙ୍କରେ ଯାଇ ଲୋକଙ୍କୁ ଆମ୍ଭ ଯୋଗାଇବ ।ଏହା ଛଡା ହୋମ ଡେଲିଭରି ର ମଧ୍ୟ ବ୍ୟବସ୍ଥା କରାଯାଇଛି ।ଯାହାଦ୍ୱାରା ଉଭୟ ଚାଷୀ ଖାଉଟି ଉପକୃତ ହୋଇପାରିବେ ।

ଆଜିଠାରୁ ଗାଡିଥିବା ଏହି ଆମ୍ଭ ପସରା ଗାଡି ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ଚାଲିବ । ଯାହା ରଜ ଓ ସାବିତ୍ରୀ ବ୍ରତ ସମୟରେ ଲୋକଙ୍କ ଚାହିଦା ମେଣ୍ଟାଇବ।

Leave a Reply

Your email address will not be published. Required fields are marked *