କୋଭିଡ୍-୧୯ ମୁକାବିଲା ପାଇଁ ସେନାର ସହାୟତା ଲୋଡ଼ିଲେ ମନୀଷ ସିସୋଦିୟା।

ନୂଆଦିଲ୍ଲୀ: ଦୈନିକ ନୂତନ ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ବୃଦ୍ଧି କାରଣରୁ ୧୦,୦୦୦ ଅକ୍ସିଜେନ୍‌ ସୁବିଧା ଥିବା ଅଣ-ଆଇସିୟୁ ଏବଂ ୧୦୦୦ ଆଇସିୟୁ ଶଯ୍ୟାବିଶିଷ୍ଟ କେତେକ କୋଭିଡ୍‌-୧୯ ସ୍ବାସ୍ଥ୍ୟ କେନ୍ଦ୍ର ସ୍ଥାପନ କରିବା ସହ ସେଗୁଡ଼ିର ଚାଳନା ଓ ପରିଚାଳନା କରିବା ନିମନ୍ତେ ଦିଲ୍ଲୀ ସରକାର ସେନାର ସହାୟତା ଲୋଡ଼ିଛନ୍ତି।

ଏ ସଂକ୍ରାନ୍ତରେ ମନୀଷ ସିସୋଦିୟା ପ୍ରତିରକ୍ଷା ବିଭାଗକୁ ଲେଖିଛନ୍ତି, ପୂର୍ବରୁ ଥିବା ଏବଂ ଏବେ ଗଠନ ଯାଉଥିବା କୋଭିଡ୍‌ ହସ୍ପିଟାଲ୍‌ ପରିଚାଳନା କରି ସମ୍ପ୍ରତି ସମଗ୍ର ସ୍ବାସ୍ଥ୍ୟସେବା ଭିତ୍ତିଭୂମି ବିପର୍ଯ୍ୟସ୍ତ ହୋଇପଡ଼ିଲାଣି। ପ୍ରତିରକ୍ଷା ମନ୍ତ୍ରାଳୟ ନିଜ ଅଧୀନରେ ଥିବା କିଛି ସମ୍ବଳ ସହ ଆଗେଇ ଆସିଲେ ଦିଲ୍ଲୀବାସୀଙ୍କୁ ଉପଯୁକ୍ତ ସମୟରେ ସହାୟତା ମିଳିପାରନ୍ତା। ସାମ୍ପ୍ରତିକ ସ୍ଥିତି ଅନୁସାରେ, ସେନା କିଛି ଦାୟିତ୍ବ ବହନ କରିବା ସହ ଅତିରିକ୍ତ କୋଭିଡ୍‌ ସ୍ବାସ୍ଥ୍ୟ କେନ୍ଦ୍ରମାନଙ୍କୁ କିଛି ଲୋକ ଯୋଗାଇ ପାରନ୍ତା।ଏଥିସହ ପ୍ରସ୍ତୁତି ‌କରାଯାଉଥିବା କେତେକ କୋଭିଡ୍‌ ସ୍ବାସ୍ଥ୍ୟସେବା କେନ୍ଦ୍ର ପାଇଁ ମେଡିକାଲ୍‌ ଅକ୍ସିଜେନ୍‌ ଯୋଗାଇ ଦେବାକୁ ସେନା ମଧ୍ୟ ବ୍ୟବସ୍ଥା କରୁ ବୋଲି ସେ ଲେଖିଛନ୍ତି। ସମ୍ପ୍ରତି ଜାତୀୟ ରାଜଧାନୀ ଦିଲ୍ଲୀରେ ୧୬,୨୭୨ ଅଣ-ଆଇସିୟୁ ଅକ୍ସିଜେନ୍‌ ଶଯ୍ୟା ଏବଂ ୪,୮୬୬ ଆଇସିୟୁ ଶଯ୍ୟା ରହିଛି। ଏବେ ଦିଲ୍ଲୀ ସରକାର ଆଉ ୧୫,୦୦୦ ଅକ୍ସିଜେନ୍‌ ଥିବା ଅଣ-ଆଇସିୟୁ ଶଯ୍ୟା ଏବଂ ୧,୨୦୦ଟି ଆଇସିୟୁ ଶଯ୍ୟା ପ୍ରସ୍ତୁତି କରୁଛନ୍ତି। କିନ୍ତୁ, ଦିଲ୍ଲୀରେ ଦୈନିକ ୨୫୦୦୦ରୁ ଅଧିକ ନୂଆ ସଂକ୍ରମଣ ମାମଲା ଦେଖାଯାଉଛି

Leave a Reply

Your email address will not be published. Required fields are marked *