ଜୁଲାଇ ୩ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା: ୮୦ଟି କେନ୍ଦ୍ରରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ

ଭୁବନେଶ୍ବର: ଆସନ୍ତା ଜୁଲାଇ ୩ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ ହେବ। ଏହି ପରୀକ୍ଷା ଜୁଲାଇ ୮ ତାରିଖ ଯାଏଁ ଚାଲିବ। ରାଜ୍ୟବ୍ୟାପି ୮୦ଟି ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବା ନିମନ୍ତେ ଆବଶ୍ୟକ ଆଡମିଟ୍ କାର୍ଡ www.bseodisha.ac.in ରୁ ପାଇପାରିବେ। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏନେ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି।ସୂଚନାଯୋଗ୍ୟ, ଚଳିତ ବର୍ଷ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷାରେ ୧୩୧୧ ଛାତ୍ରଛାତ୍ରୀ ଫେଲ୍ ହୋଇଥିଲେ। ଏମାନଙ୍କ  ସମେତ ୮୧୯୫ ଜଣ ଷ୍ଟେଟ୍‌ ଓପନ ସ୍କୁଲ ସାର୍ଟିଫିକେଟ ପରୀକ୍ଷାର୍ଥୀ ନିଜ ଭାଗ୍ୟକୁ ପୁଣି କଷିବେ। ପରୀକ୍ଷା ଫଳ ତତ୍କାଳ ଘୋଷଣା ପରେ ସେମାନଙ୍କୁ ଚଳିତ ବର୍ଷ ଯୁକ୍ତ ଆଡମିସନ ପ୍ରକ୍ରିୟାରେ ମଧ୍ୟ ସୁଯୋଗ ମିଳିବ ବୋଲି ଜଣାପଡ଼ିଛି। ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ମେ’ ୨୬ ତାରିଖରୁ ଫର୍ମ ଫିଲଅପ୍‌ ଆରମ୍ଭ ହୋଇ ଜୁନ୍‌ ୧ ତାରିଖ ପର୍ଯ୍ୟନ୍ତ ଚାଲିଥିଲା।

Advertisement

Leave a Reply

Your email address will not be published. Required fields are marked *