ମାର୍ଚ୍ଚ୧୦ରୁ ୧୭ ଯାଏ ଚାଲିବ ପରୀକ୍ଷା,ବୋର୍ଡ ପକ୍ଷରୁ ତାରିଖ ଘୋଷଣା ।

କଟକ : ମାଟ୍ରିକ ପରୀକ୍ଷାର ତାରିଖ ଘୋଷଣା, ମାର୍ଚ୍ଚ ୧୦ରୁ ୧୭ ଯାଏ ଚାଲିବ ପରୀକ୍ଷା। ଏନେଇ, ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ଏକ ସାମ୍ବାଦିକ ସମ୍ମିଳନୀରେ ‌ଘୋଷଣା କରିଛନ୍ତି। ଏହି ଘୋଷଣା ସମୟରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ଉପସଭାପତି ନିହାରରଂଚନ ମହାନ୍ତି ମଧ୍ୟ ଉପସ୍ଥିତ ଥିଲେ। ଏଥର ପରୀକ୍ଷାକୁ ନିର୍ଭୁଲ ଭାବେ କରାଯିବା ଲାଗି ପଦକ୍ଷେପ ନିଆଯାଇଛି ବୋଲି ସେ କହିଛନ୍ତି। ଏଥର ନେଡୋଲ ସେଣ୍ଟରର ପରିବର୍ତ୍ତନ କରାଯିବ ନାହିଁ। ଏଯାଏ ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ପାଇଁ ଫର୍ମଫିଲଅପ୍ ତାରିଖ ଘୋଷିତ ହୋଇନାହିଁ। ଖୁବ୍ ଶୀଘ୍ର ଫର୍ମଫିଲଅପ୍ ତାରିଖ ଘୋଷଣା କରାଯିବ ବୋଲି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ଉପସଭାପତି କହିଛନ୍ତି।

ଏଥର ପିଲାମାନେ ଅନଲାଇନରେ ଫର୍ମଫିଲଅପ୍ କରିବେ। ସୂଚନାଯୋଗ୍ୟ, କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌ଇ) ଅଧୀନ ଦଶମ ଛାତ୍ରଛାତ୍ରୀଙ୍କ ବୋର୍ଡ ପରୀକ୍ଷା ଫେବ୍ରୁଆରି ୧୫ରୁ ହେବ। କାଉନସିଲ୍‌ ଅଫ୍‌ ଇଣ୍ଡିଆନ୍‌ ସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷା(ସିଆଇଏସ୍‌ସିଇ) ଅଧୀନ ଦଶମ ପରୀକ୍ଷା ଫେବ୍ରୁଆରି ୨୭ଆରମ୍ଭ ହେବ। ମାତ୍ର ଓଡ଼ିଶାର ମାଧ୍ୟମିକ ଶିକ୍ଷା ପରିଷଦ(ବିଏସ୍‌ଇ) ଅଧୀନରେ ପଢ଼ୁଥିବା ସାଢ଼େ ୫ ଲକ୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା କେବେ ହେବ ସେନେଇ ଚର୍ଚ୍ଚା ଚାଲିଥିଲା। ଶିକ୍ଷାବିତମାନେ ଆକଳନ କରୁଥିଲେ ଯେ ଫେବ୍ରୁଆରି ଶେଷ ସପ୍ତାହରୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇପାରେ। ମାତ୍ର ସେନେଇ ଆଉ ଦ୍ବନ୍ଦ୍ବ ନାହିଁ।

Leave a Reply

Your email address will not be published. Required fields are marked *