୨୩ ରେ ଜିଲା ଠିକାଦାର ସଂଘ ପକ୍ଷରୁ ମେଗା ରକ୍ତଦାନ ଶିବିର

ଅନୁଗୋଳ: ଅନୁଗୋଳ ଜିଲ୍ଲା ଠିକାଦାର ସଂଘ ପକ୍ଷରୁ ରେ ଆସନ୍ତା ୨୩ତାରିଖ ରବିବାର ଦିନ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହେବ ବୋଲି ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ସଂଘ ସଭାପତି ସୁନୀଲ କୁମାର ପ୍ରଧାନ ଙ୍କ କହିବା ଅନୁଯାୟୀ  ନିଜେ ବଂଚିବା ସହିତ ସମାଜ ମଙ୍ଗଳ କାର୍ଯ୍ୟ ପାଇଁ ସଂଘ ଗୁରୁତ୍ୱ ଦେଇ ଠିକାଦାର ସଂଘ ଏହି ରକ୍ତଦାନ ଶିବିର ଆୟୋଜନ କରିବ। 

Advertisement

ରକ୍ତଦାନର ମହାନତା ଏବଂ ସଚେତନତା କାର୍ଯ୍ୟକ୍ରମ ହାତକୁ ନେଇଚି ସଙ୍ଘ। ସଂଘ ନିଷ୍ପତି ଅନୁସାରେ ଏହି ମେଗା ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଗୋଳ ସର୍କିଟ ହାଉସ ସାମ୍ମନା ଜିଲ୍ଲା କଳାକେନ୍ଦ୍ର ଭବନ ଠାରେ ରବିବାର ଦିନ ସକାଳ ସାଢ଼େ ୭ଟାରୁ ଆରମ୍ଭ ଆରମ୍ଭ ହେବ । ଶିବିରରେ ୫ଶହ ୟୁନିଟ ରକ୍ତ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛନ୍ତି।ସଂଘ ସଦସ୍ୟ ଙ୍କ ସମେତ ଜନ ସାଧାରଣ ଏଥିରେ ସାମିଲ ହେବାକୁ ଅନୁରୋଧ କରିଛନ୍ତି।

ଜିଲ୍ଲାର ସମସ୍ତ ବିଧାୟକ,ସାଂସଦ, ଙ୍କ ସହ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ଜିଲ୍ଲା ପ୍ରଶାସନ ଅଧିକାରୀ,ପୁଲିସ ଅଧିକାରୀ ସମୂହକୁ ଆମନ୍ତ୍ରଣ କାରାଯାଇଛି ବୋଲି ସଂଘ ସମ୍ପାଦକ ସୁବୋଧ ମହାପାତ୍ର ଏବଂ ସଂଘ ମିଡିଆ ସଂଯୋଜକ ଅସିତ ବିଶ୍ୱାଳ ସୂଚନା ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *