ଜିଲ୍ଲାରେ ପ୍ରଦୂଷଣ ଭୟାବହତା! ଜିଲାପାଳ ଙ୍କୁ ତାଳଚେର-ଅନୁଗୋଳ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ସ୍ମାରକ ପତ୍ର।

ଅନୁଗୋଳ : ଅନୁଗୋଳ ଜିଲ୍ଲାରେ ଗଢିଊଠିଥିବା ଶିଳ୍ପ,ଖଣି,କାରଖାନା ଯୋଗୁଁ ଜିଲ୍ଲାର ବିକାଶ କଥା ଭୂଲି ଯାଆନ୍ତୁ ।ଜିଲ୍ଲାର ଖଣିଖାଦାନ ଶିଲ୍ପ କଳକାରଖାନା ଯୋଗୁଣ ସମଗ୍ର ଜିଲ୍ଲା ଏବେ ପ୍ରଦୂଷିତ ହୋଇ ପଡିଛି।ପ୍ରଦୂଳଣର ମାତ୍ରା ଏବେ ଜିଲ୍ଲାରେ ବିଶେଷ କରି ତାଳଚେର ଶିଲ୍ପାଞ୍ଚଳରେ ଏଭଳି ହୋଇଛି ୟେ ଏଠାରେ ଲୋକମାନେ ପ୍ରଦୂଷିତ ଜଳ ଓ ବାୟୁ ବ୍ୟବହାର କରି ମୃତ୍ୟୁ ମୁଖରେ ପଡୁଛନ୍ତି।ଗୋଟିଏ ପଟେ ଖଣିଖାଦାନ ଯୋଗୁଁ ଲୋକମାନେ ସେମାନେ ସେମାନଙ୍କର ଭିଟାମାଟି ଘରଦ୍ବାର ହରଇ ବସିଥିବାବେଳେ ଅନ୍ୟ ପଟେ ପ୍ରଦୂଷଣର ଜ୍ବାଳାରେ ଛଟପଟ ହେଇଛନ୍ତି।ହୃଦରୋଗ କିଡନୀ କ୍ୟାନସର ଭଳି ଦୂରାରୋଗ୍ୟ ସହ ବିଭିନ୍ନ ପେଟ,ଚର୍ମ,ବ୍ରୋଙ୍କାଇଟିସ ଭଳି ବିଭିନ୍ନ ରୋଗର ଶିକାର ହେଊଛନ୍ତି।ତେଣୁ ଜିଲ୍ଲାରେ ଆଊ କୌଶମି ଶିଳ୍ପ,କଳକାରଖାନା କରାଇ ନଦେବାକୁ ନିକଟରେ ଗଢି ଊଠିଥିବା ତାଳଚେର-ଅନୁଗୋଳ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ କୁହା ଯାଇଛି।

ତାଳଚେର-ଅନୁଗୋଳ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଆଜି ଏହାର ଆବାହକ ଜଗଦାନନ୍ଦ ପ୍ରଧାନ,ଊପ-ଆବାହକ ମାନସ କୁମାର ପାଳ ଏବଂ ଏହାର ଅନ୍ୟତମ ସଦସ୍ୟ ନବ କିଶୋର ପ୍ରଧାନ ଏବଂ ପ୍ରଶନ୍ନ କୁମାର ବେହେର ପ୍ରମୁଖ ଜିଲ୍ଲାପାଳ ଅବଦଦାଲ ଏମ ଅଖତାରଙ୍କୁ ଭେଟି ତିନୋଟି ପ୍ରମୁଖ ଦାବି ନେଇ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି।
ଆନ୍ଦୋଳନର ପ୍ରମୁଖ ଦାବିଗୁଡିକ ମଧ୍ୟରେ ରହିଛି ଜିଲ୍ଲାରେ ପ୍ରଦୂଷଣର ନିରାକରଣ,ପ୍ରଦୂଷଣ କରୁଥିବା ସଂପୃକ୍ତ ଶିଳ୍ପ,କଳକାରଖାନାଗୁଡିକୁ ଜିଲ୍ଲାରୁ ସଂପୂର୍ଣ୍ଣ ବନ୍ଦ କରି ଦେବା,ଜିଲ୍ଲାରେ ବିଶେଷ କରି ତାଳଚେର ଓ ଅନୁଗୁଳ ଶିଳ୍ପାଞ୍ଚଳରେ ଆଊ କୌଣସି ନୂତନ ଖଣି କିମ୍ବା କଳକାରଖାନା ସ୍ଥାପନ ନକରିବା, କ୍ଷତିଗ୍ରସ୍ତ ଲୋକମାନଙ୍କର ବିଶେଷ କରି ପ୍ରଦୂଷଣ ଯୋଗୁଁ ରୋଗଗ୍ରସ୍ତ ହୋଇ ପଡିଥିବା ଲୋକଙ୍କର ଊତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଣ ପ୍ରତି ସଂପୃକ୍ତ ଖଣି,ଖଳକାରଖାନା କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ଏବଂ ଶିଲ୍ପ,କଳକାରଖାନା ଯୋଗୁଁ ବିସ୍ଥାପିତ ହେଊଥିବା ଲୋକମାନଙ୍କର ସମସ୍ତ ସମସ୍ୟାର ଯୁଦ୍ଧ କଳୀନଭିତ୍ତିରେ ସମାଧାନ କରିବା ।
ଜିଲ୍ଲାପାଳ ସମସ୍ତ ଦାବିଗୁଡିକୁ ଗୁରୁତର ସହ ବିଚାର କରିବେ ବୋଲି କହିଛନ୍ତି।ତେବେ ତାଳଚେର-ଅନୁଗୁଳ ବଞ୍ଚାଅ ଆନ୍ଦୋଳନର ଆବାହକ ଜଗଦାନନ୍ଦ ପ୍ରଧାନ ଚେତାବନୀ ଦେଇ କହିଛନ୍ତି ଯେ ଯଦି ଜିଲ୍ଲା ପ୍ରଶାସନ କିମ୍ବା ଖଣିଖାଦାନ ଓ ସଂପୃକ୍ତ ଶିଳ୍ପ,କାରଖାନା କର୍ତ୍ତୃପକ୍ଷ ଜିଲ୍ଲାରେ ପ୍ରଦୂଷଣର ନିରାକରଣ ପାଇଁ କୌଣସି ଠୋସ ପଦକ୍ଷେପ ନ ନବେ ଆସନ୍ତା ନବ ବର୍ଷ ଜାନୁଆରୀ ମାସରୁ ହିଁ ଅନିର୍ଦ୍ଦିଷ୍ଟ କାଳ ବ୍ୟାପି ଆନ୍ଦୋଳନ କରିବାକୁ ପଛେଇବୁ ନାହିଁ। ଜିଲ୍ଲାରେ ଗଢି ଊଠିଥିବା କଳକରଖାନା ଓ କୋଇଲା ଖଣି ଯୋଗୁଁ ଊଭୟ ରାଜ୍ୟ ଓ କେନ୍ଦ୍ର ସରକାର କୋଟି କୋଟି ଟଙ୍କାର ରାଜସ୍ବ ପାଊଥିଲାବେଳେ ଜିଲ୍ଲାର ବିକାଶ ପ୍ରତି ସଂପୂର୍ଣ୍ଣ ଅଖି ବୁଜି ଦେଇଛନ୍ତି। ଲୋକମାନେ ତାଳଚେର ଅଞ୍ଚଳରେ ପ୍ରଦୃଷଣରେ ଛଟପଟ ହେବା ସହ ହୃଦରୋଗ,କିଡନୀ ଓ କ୍ୟାନସର ଭଳି ରୋଗରେ ପଡି ମୃତ୍ୟୁ ମୁଖରେ ପଡୁଛନ୍ତି।ଜମିବାଡି,ଘରଦ୍ବାର ଓ ଭିଟାମାଟି ଆଦି ସବୁ କିଛି ହରାଇ ସର୍ବସ୍ବାନ୍ତ ହୋଇ ପଡିଛନ୍ତି।ତେଣୁ ଏହାକୁ କଦାପି ଆଊ ବରଦାସ୍ତ କରାଯିବ ନାହିଁ ବୋଲି ପ୍ରଧାନ ଧମକ ଦେଇଥନ୍ତି।ଜିଲ୍ଲାରେ ଥିବା ଏମସିଏଲ, ଏନଟିପିସି, ନାଲକୋ, ଜିନ୍ଦଲ ଷ୍ଟିଲ ପାୱାର, JITPL, ଗ୍ଲୋବାଲ କୋଇଲା ୱାସେରୀ ଏବଂ ଅନ୍ୟାନ୍ୟ ଶିଳ୍ପଗୁଡିକ ତାଳଚେର ଓ ଅନୁଗୁଳ ଅଂଚଳରେ ଲୋକହ୍କ ପାଇଁ ବିପଦ ସୃଷ୍ଟି କରି ଚାଲିଥିବାରୁ ଏଗୁଡକ ଉପରେ କ୍ୟାପ୍ ଲଗାଇବାର ଆବଶ୍ୟକତା ରହିଛି ବୋଲି ପ୍ରଧାନ ପ୍ରକାଶ କରିଛନ୍ତି।
ଊପ-ଆବାହକ ମାନସ କୁମାର ପାଳ କହିଛନ୍ତି ଯେ ଜିଲ୍ଲାରେ ବିଶେଷ କରି ତାଳଚେର,ଅନୁଗୁଳ.କଣିହାଁ ଓ ଛେଣ୍ଡିପଦା ଅଂଚଳ ଶିଳ୍ପ,କାରଖାନା ଯୋଗୁଁ କ୍ଷତିଗ୍ରସ୍ତ ହୋଇଛନ୍ତି।ଜିଲ୍ଲାରେ ଆମେ ବର୍ତ୍ତମାନ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରଦୂଷଣ ସଂପର୍କରେ ଲୋକଙ୍କୁ ସଚେତନ କରାଇବା ସହ ଲୋକଙ୍କର ନ୍ୟାର୍ଯ୍ୟ ଦାବି ହାସଲ ପାଇଁ ସଂଗ୍ରାମ ଜାରି ରଖିବାକୁ ଲୋକଙ୍କୁ ଆହ୍ବାନ ଦେଊଛୁ।ସେ କହିଛନ୍ତି ଜିଲ୍ଲାରେ ଖଣିଖାଦନ ଯୋଗୁଁ ଜିଲ୍ଲାର ବାୟୁମଣ୍ଡଳ ସଂପୂର୍ଣ୍ଣ ପ୍ରଦୂଷିତ ହେବା ସହ ପାନୀୟ ଜଳ ମଧ୍ୟ ପ୍ରଦୃଷିତ ହୋଇ ପଡିଛି। କେବଳ ପ୍ରଦୂଷଣ ନୁହେଁ, ଶିଳ୍ପଗୁଡିକ ଦ୍ୱାରା ବିସ୍ଥାପନ ସମସ୍ୟା ମଧ୍ୟ ଲାଗି ରହିଛି।ଫଳରେ ଏଠାରେ ବଞ୍ଚିବା କଷ୍ଟ କର ହୋଇ ପଡିଥିବା ସେ କହିଛନ୍ତି।ଆସନ୍ତା ଜାନୁଆରୀ ମାସରୁ ଜିଲ୍ଲା ବ୍ୟାପି ଏ ନେଇ ପଦଯାତ୍ରା ଓ ଧାରଣା ଦେବାକୁ ତାଳଚେର-ଅନୁଗୁଳ ବଞ୍ଚାଅ ଆନ୍ଦୋଲନ ନିଷ୍ପତ୍ତି ନେଇଥିବା ପାଲ କହିଛନ୍ତି।
ନିକଟରେ ଅନୁଗୋଳ ସମଗ୍ର ଦେଶରେ ଏକ ନମ୍ବର ପ୍ରଦୂଷିତ ସହର ଭାବେ ରିପୋର୍ଟ ପ୍ରକାଶ ପାଇଥିଲା।ଆଗକୁ ଜିଲ୍ଲାରେ ଆହୁରି ବହୁ କୋଇଲାଖଣି ଓ ଅନ୍ୟାନ୍ୟ ରାଷ୍ଟ୍ରାୟତ୍ତ ଊଦୌଗ ଗଢି ଊଠିବାକୁ ଯାଊଛି।ଏଗୁଡିକ ଜିଲ୍ଲାରେ ସ୍ଥାପନ ହେଲେ ଜିଲ୍ଲାର ଅବସ୍ଥା କଣ ହେବ ବୋଲି ତାଳଚେର ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଆଶଙ୍କା କରାଯାଇଛି।

Leave a Reply

Your email address will not be published. Required fields are marked *