ନିର୍ବାଚନ ଲଡିବାକୁ ମିଥୁନ ଚକ୍ରବର୍ତ୍ତୀଙ୍କୁ ମିଳିଲାନି ଟିକେଟ।

କୋଲକାତା : ନିକଟରେ ବିଜେପି ରେ ଯୋଗଦେଥିବା ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ନିର୍ବାଚନ ମଇଦାନ କୁ ଛାଡି ନାହିଁ ଭାରତୀୟ ଜନତା ପାର୍ଟି । କୋଲକାତା ବିଧାନସଭା ନିର୍ବାଚନ ପାଇଁ ବିଜେପି ଆଜି ନିଜର ଶେଷ ପ୍ରାର୍ଥୀ ତାଲିକା ଜାରି କରିଥିବା ବେଳେ ସେଥିରେ ମିଥୁନ ଚକ୍ରବର୍ତ୍ତୀଙ୍କ ନାଁ ନଥିବା ଦେଖାଯାଇଛି।    କୋଲକାତାର ଭୋଟର ଭାବେ ମିଥୁନ ନାମ ପଞ୍ଜୀକରଣ କରିଥିଲେ। ପୂର୍ବରୁ ମୁମ୍ବାଇର ଭୋଟର ଥିବାରୁ ଏବେ  ନିଜକୁ କାଶୀପୁର- ବେଲଗାଛିଆର ଭୋଟର ଭାବରେ ପଞ୍ଜୀକୃତ କରିଥିଲେ।

ଭୋଟର ଭାବେ ନାମ ପଞ୍ଜୀକରଣ କରିବା ପରେ ଅଭିନେତା ମିଥୁନ୍‌ ବିଜେପି ପ୍ରାର୍ଥୀଭାବେ ନିର୍ବାଚନ ଲଢ଼ିବେ ବୋଲି ଆଲୋଚନା ଜୋର ଧରିଥିଲା। ହେଲ ଆଜି ସେହି ଆଲୋଚନା ଉପରେ ପୂର୍ଣ୍ଣଛେଦ ପଡ଼ିଛି। ତେବେ ଚଳିତ ନିର୍ବାଚନରେ ମିଥୁନ ଚକ୍ରବର୍ତ୍ତୀ ପ୍ରତିଦ୍ବନ୍ଦ୍ବିତା କରିବେ ନାହିଁ ବୋଲି ସ୍ପଷ୍ଟ ହୋଇଥିବା ବେଳେ ଦଳ ତାଙ୍କୁ କେଉଁ ଦାୟିତ୍ବ ଦେବ, ତାହା ଉପରେ ସମସ୍ତଙ୍କ ନଜର ରହିଛି। 

Leave a Reply

Your email address will not be published. Required fields are marked *