ଆରମ୍ଭ ହେଲା MODERN INTE RNATIONAL SCHOOl ।

ଅନୁଗୋଳ : ଅନୁଗୋଳ ସହର ରେ ଏକ ନୂଆ ଇଂରାଜୀ ମାଧ୍ୟମ ସ୍କୁଲ ର ଶୁଭାରମ୍ଭ ହୋଇଛି । ସରସ୍ବତୀ ପୂଜା ଦିନ ଅମଲାପଡା ଠାରେ ଏହି  ସ୍କୁଲ ଆରମ୍ଭ ହୋଇଛି। ଗତ ୨ .୨.୨୦୨୫  ରବିବାର ଦିନ ମା ସରସ୍ୱତୀ ଙ୍କ ପୂଜା ଅବସରରେ ଏହି MODERN INTERNATIONAL SCHOOL ର ଶୁଭ ଉଦଘାଟନ ହୋଇଛି ।।ଏଥିରେ ବରିଷ୍ଠ ଶିକ୍ଷାବିତ ତଥା ଅନୁଗୋଳ କଲେଜ ର ପ୍ରାକ୍ତନ ଅଧକ୍ଷ ଶାନ୍ତନୁ କୁମାର ସର, ସହର ର ବରିଷ୍ଠ ଆଇନ ଜୀବୀ ପରମାନନ୍ଦ ମିଶ୍ର ଙ୍କ କରକାମଳରେ ଏହି ସ୍କୁଲ ର ଉଦଘାଟନ କରାଯାଇଥିଲା। 

 

ଏଥିପାଇଁ ଆୟୋଜିତ ସଭାରେ ସ୍କୁଲ ଚେୟାରମ୍ୟାନ  ନିଶାମାଣି ଖିଲର ସ୍କୁଲ ର ଆଗାମୀ ଦିନର ଲକ୍ଷ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। କିଭଳି ଶିକ୍ଷାର ପ୍ରସାର ଦିଗରେ ସେ ଓ ତାଙ୍କ ଅନୁଷ୍ଠାନ କାର୍ଯ୍ୟ କରିବ ସେ ନେଇ ନିଜର ମତ ରଖିଥିଲେ। ଏହି ଅବସରରେ ଅତିଥି ମାନେ ଉପସ୍ଥିତ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ଅଭିଭାବକ ଓ ପିଲା ମାନଙ୍କୁ ଉତ୍ସାହିତ କରିବା ସହ ବିଦ୍ୟାଳୟ ର ଉତ୍ତରୁତର ଉର୍ଣ୍ଣତି କାମନା କରିଥିଲେ। ସଭାପରେ କୁନି କୁନି ପିଲା ମାନଙ୍କ ଦ୍ଵାରା ସାଂସ୍କୃତିକ କାଯ୍ୟକ୍ରମ ପରିବେଷଣ କରିଥିଲେ।

Leave a Reply

Your email address will not be published. Required fields are marked *