ଯାଜପୁରର ପୂର୍ବତନ ସାଂସଦ ମୋହନ ଜେନାଙ୍କ ପରଲୋକ

ସ୍ଵର ବ୍ୟୁରୋ: ଯାଜପୁରର ପୂର୍ବତନ ସାଂସଦ ମୋହନ ଜେନାଙ୍କର ପରଲୋକ । ସେ  ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ଯାଜପୁରରୁ ଦୁଇଥର ସେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ | ୨୦୦୪ ଓ ୨୦୦୯ ଲୋକସଭା ନିର୍ବାଚନରେ ସେ ବିଜେଡି ଟିକେଟରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ | ପରେ ସେ ବିଜୁ ଜନତା ଦଳ ପରିତ୍ୟାଗ କରି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ। ମୃତ୍ୟୁବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା |

ଯାଜପୁର ବଡଚଣାର ଶାସନସିମାରେ ୧୪ ଜୁଲାଇ ୧୯୫୭ରେ ଜନ୍ମଗ୍ରହଣ କରିଥିବା ମୋହନ କେନ୍ଦ୍ରାପଡା କଲେଜର ସହ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପାଠପଢ଼ିଥିବାବେଳେ ସେ ଏକାଧାରରେ ଜଣେ ଲୋକପ୍ରିୟ ନେତା, ସମାଜସେବୀ, ପ୍ରକାଶକ ଥିଲେ | ୧୯୯୨-୧୯୯୪ ପର୍ଯ୍ୟନ୍ତ ସେ ଯୁବ ଜନତା ଦଳର ସାଧାରଣ ସମ୍ପାଦକ, ୧୯୯୪-୯୮ ପର୍ଯ୍ୟନ୍ତ ଜନତା ଦଳର ସମ୍ପାଦକ ଥିଲେ | ୨୦୦୪ ମସିହାରେ ସେ ବିଜେଡି ଟିକେଟରେ ଲୋକସଭା ନିର୍ବାଚନ ଲଢ଼ିଥିଲେ | ଏହି ନିର୍ବାଚନରେ ସେ ଜିତି ଲୋକସଭାକୁ ନିର୍ବାଚିତ ହୋଇଥିଲେ | ଏହି ସମୟରେ ସେ ଲୋକସଭାର ଗ୍ରାମ୍ୟ ଉନ୍ନୟନ, ସାମାଜିକ ନ୍ୟାୟ ଓ ସଶକ୍ତିକରଣ କମିଟିର ସଦସ୍ୟ ମଧ୍ୟ ରହିଥିଲେ | ସେହିପରି ୨୦୦୯ରେ ତାଙ୍କୁ ପୁଣି ବିଜେଡି ପକ୍ଷରୁ ଟିକେଟ ଦିଆଯାଇଥିଲା | ଆଉ ୨୦୦୯ ମସିହାରେ ବି ସେ ଲୋକସଭାକୁ ନିର୍ବାଚିତ ହୋଇଥିଲେ | ଏଥର ବି ତାଙ୍କୁ ଲୋକସଭାର ଜଳ ସମ୍ବଳ, ଆଦିବାସୀ ଉନ୍ନୟନ କମିଟିରେ ସଦସ୍ୟ ଭାବେ ସ୍ଥାନ ମିଳିଥିଲା | ୨୦୧୯ ମସିହାରେ ସେ ବିଜେପିରେ ଯୋଗ ଦେଇଥିଲେ |

Leave a Reply

Your email address will not be published. Required fields are marked *