କେରଳ ଛୁଇଂଲା ଦକ୍ଷିଣ-ପଶ୍ଚିମ ମୌସୁମୀ।

ନୂଆଦିଲ୍ଲୀ: ଶେଷ ହୋଇଛି ମୌସୁମୀର ଅପେକ୍ଷା । ପ୍ରଚଣ୍ଡ ଖରା ତାତିକୁ ନେଇ ଦେଶବାସୀ ହନ୍ତସନ୍ତ ହେଉତିବା ବେଳେ ପାଣିପାଗ ବିଭାଗ ଦେଇଛି ଏକ ଆଶ୍ୱସ୍ତିକର ଖବର । ପାଣିପାଗ ବିଭାଗ ଅନୁଯାୟୀ, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଏବେ ଦେଶରେ ପ୍ରବେଶ କରି ସାରିଛି । ସ୍ୱାଭାବିକ ଭାବେ ପ୍ରତିବର୍ଷ ଜୁନ ୧ ତାରିଖରେ ମୌସୁମୀ ଭାରତରେ ପ୍ରବେଶ କରିଥାଏ । କିନ୍ତୁ ଚଳିତ ବର୍ଷ ୩ ଦିନ ପୂର୍ବରୁ କେରଳ ଛୁଇଁଛି ମୌସୁମୀ ବାୟୁ ।ମୌସୁମୀ ବାୟୁ ପ୍ରଭାବରେ କର୍ଣ୍ଣାଟକ, ତାମିଲନାଡୁ, ବେଙ୍ଗଲର ପୂର୍ବୋତ୍ତର ରାଜ୍ୟଗୁଡିକକୁ ଛୁଇଁପାରେ । ଏ ନେଇ ପାଣିପାଗ ବିଭାଗର ବରିଷ୍ଠ ବୈଜ୍ଞାନିକ ଆର.କେ ଜେନାମଣୀ ସୂଚନା ଦେଇଛନ୍ତି ।

ତେବେ ଦେଶର ଉତ୍ତର-ପଶ୍ଚିମ ଓ ମଧ୍ୟଭାଗ ଏବଂ ଦିଲ୍ଲୀରେ ଆସନ୍ତା ୫ ଦିନ ମଧ୍ୟରେ ଅସହ୍ୟ ଗରମରୁ ସାମାନ୍ୟ ମୁକ୍ତି ମିଳିପାରେ । ଦେଶର ପ୍ରାୟ ୬୫ ପ୍ରତିଶତ ଚାଷ ଜମି ମୌସୁମୀ ବର୍ଷା ଉପରେ ନିର୍ଭର କରିଥାଏ । ତେଣୁ ମୌସୁମୀକୁ ଚାଷୀଙ୍କଠୁ ସରକାର ପର୍ଯ୍ୟନ୍ତ ଅପେକ୍ଷା କରିଥାନ୍ତି । ଦେଶର ଉତ୍ତର-ପଶ୍ଚିମ ଅଞ୍ଚଳରେ ୬୬ ପ୍ରତିଶତ କମ ବର୍ଷା ହୋଇଥିବା ବେଳେ ମଧ୍ୟ ଭାରତରେ ୩୯ ପ୍ରତିଶତ ରହିଛି

Leave a Reply

Your email address will not be published. Required fields are marked *