ଆଗାମୀ ଦୁଇ ଦିନରେ ଓଡ଼ିଶା ଛୁଇଁବ ମୌସୁମୀ, ରାଜ୍ୟର ତାପମାତ୍ରା କମିବ

ଭୁବନେଶ୍ବର: ଆଗାମୀ ଦୁଇ ଦିନରେ ଓଡ଼ିଶା ଛୁଇଁବ ମୌସୁମୀ। ଏନେଇ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ। ସେ କହିଛନ୍ତି, ମୌସୁମୀ ପାଇଁ ପାଗ ଅନୁକୂଳ ରହିଛି। ଦକ୍ଷିଣ ପଶ୍ଚିମ ଦିଗରୁ ବାୟୁ ପ୍ରବାହିତ ହେଉଛି। ଆଗାମୀ ଦୁଇ ଦିନ ଭିତରେ ରାଜ୍ୟର ତାପମାତ୍ରା ଆହୁରି କମିବ। ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ ବୃଦ୍ଧି ପାଇଛି। ତାପମାତ୍ର ଆଗ ଅପେକ୍ଷା କମିଛି। ଗତ ଦୁଇ ଦିନରେ କିଛି ଜିଲ୍ଲାରେ ବର୍ଷାର ପରିମାଣ ବୃଦ୍ଧି ପାଇଛି ଏବଂ ଆଗାମୀ ଦୁଇ ଦିନରେ ଏହା ଆହୁରି ବଢିବ।

Advertisement

ଉମାଶଙ୍କର ଦାସ ଆହୁରି କହିଛନ୍ତି, କୋରାପୁଟ, ନବରଙ୍ଗପୁର, ଗଞ୍ଜାମ ଏବଂ ଗଜପତି ଜିଲ୍ଲାରେ ବର୍ଷାର ମାତ୍ର ଅଧିକ ରହିବ। କୋରାପୁଟ ଓ ନବରଙ୍ଗପୁରର କିଛି ଅଞ୍ଚଳରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ନବରଙ୍ଗପୁରରେ ୭୪ ମିମି ବର୍ଷା ରେକର୍ଡ କରାଯାଇଛି। ଏଠାରେ ଗ୍ରୀଷ୍ମପ୍ରବାହ ପାଇଁ କୌଣସି ସୂଚନା ନାହିଁ। ଆସନ୍ତା ୨୨ ତାରିଖଠାରୁ ପ୍ରାୟ ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରହିବ ଏବଂ ୨୩ ଏବଂ ୨୪ ରେ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ଅନୁମାନ କରାଯାଉଛି । ବର୍ଷାର ମାତ୍ରା ୭ସେମି ରୁ ୨୦ ସେମି ପର୍ଯ୍ୟନ୍ତ ରହିବ। ଆଜି ସକାଳ ସାଢେ୮ଟା ସୁଦ୍ଧା ଏଠାରେ ୮୩ ପ୍ରତିଶତ ଆର୍ଦ୍ରତା ରହିଥିଲା। ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ୪୦ ପ୍ରତିଶତ ତାପମାତ୍ରା ରହିବ, କିନ୍ତୁ ଗ୍ରୀଷ୍ମପ୍ରବାହ ସ୍ଥିତି ରହିବ ନାହିଁ। ଆଶା କରାଯାଉଛି, ଯେହେତୁ ବର୍ଷାର ପରିମାଣ ବୃଦ୍ଧି ପାଇବ ତେଣୁ ଆଗାମୀ ଦୁଇ ଦିନରେ ତାପମାତ୍ରା ଆହୁରି କମିବ। ସାଧାରଣତଃ ଜୁନରେ ୨୦୦ ମିମି ପର୍ଯ୍ୟନ୍ତ ବର୍ଷା ରେକର୍ଡ କରାଯାଏ କିନ୍ତୁ ୧୯ ତାରିଖ ସୁଦ୍ଧା ୮୦ ପ୍ରତିଶତ ନିଅଣ୍ଟିଆ ବର୍ଷା ରହିଛି।

Leave a Reply

Your email address will not be published. Required fields are marked *