ଖରା ପାଇଁ ବଦଳିଲା ସ୍କୁଲ ସମୟ:ଏପ୍ରିଲ ୨ରୁ ସକାଳୁଆ ସ୍କୁଲ.

ଭୁବନେଶ୍ବର: ସଂପ୍ରତି ରାଜ୍ୟରେ ଜାରି ରହିଥିବା ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ଏବେ ସ୍କୁଲ ସମୟରେ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର। ଗ୍ରୀଷ୍ମ ପ୍ରବାହ ବଢ଼ିବାକୁ ଥିବା ବେଳେ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସକାଳୁଆ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲ ସମୟରେ ପରିବର୍ତ୍ତନ କରିଛନ୍ତି ରଜ୍ଯସରକାର। ସକାଳ ୬ଟା ୩୦ରୁ ୧୦ଟା ଯାଏଁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠପଢା ହେବ । ସେହିପରି ନବମ ଓ ଦଶମ ଶ୍ରେଣୀଙ୍କ ପାଠପଢା ସକାଳ ୭ଟାରୁ ୧୧ ଟା ଯାଏଁ ଚାଲିବ। ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *