୩ ଛୁଆଙ୍କୁ ବିଷ ଦେଇ ଆତ୍ମହତ୍ୟା ଉଦ୍ୟମ କଲା ମାଆ : ୨ପୁଅଙ୍କ ମୃତ୍ୟୁ.

ଭୁବ​‌​‌ନେଶ୍ବର :  ଚନ୍ଦକା ଥାନା ବିଞ୍ଝଗିରି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ୩ ଛୁଆଙ୍କୁ ବିଷ ଦେଇ ମାଆ ଆତ୍ମହତ୍ୟା ଉଦ୍ୟମ କରିଛି । ଗୁରୁତର ଅବସ୍ଥାରେ ସମସ୍ତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ବିଷକ୍ରିୟାରେ ୨ ପୁଅଙ୍କ ମୃତ୍ୟୁ ହୋଇଥିବାବେଳେ ମା’ ସହ ଛୋଟ ଝିଅକୁ ଗୁରୁତର ଅବସ୍ଥାରେ ଚିକିତ୍ସା କରାଯାଉଛି। ଦୁଇ ପୁଅଙ୍କ ମଧ୍ୟରୁ ଜଣଙ୍କର ବୟସ ୨ ଓ ଅନ୍ୟଜଣଙ୍କର ବୟସ ୩ ବର୍ଷ ବୋଲି ଜଣା ପଡିଛି। ତେବେ  ଆତ୍ମହତ୍ୟା ଉଦ୍ୟମର କାରଣ ଜଣାପଡି ନାହିଁ। ମହିଳା ଜଣଙ୍କ ଦିନ ମଜୁରିଆ ଭାବେ କାମ କରୁଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *