ମାତୃଭାଷା ବଞ୍ଚିଲେ ଆମେ ବଞ୍ଚିବା…

ଅନୁଗୋଳ : କେନ୍ଦ୍ର ସରକାରଙ୍କ କୌଶଳ ବିକାଶ ମନ୍ତ୍ରଣାଳୟ ଅଧିନସ୍ଥ ଜନ ଶିକ୍ଷଣ ସଂସ୍ଥାନ ଅନୁଗୋଳ ର ନିର୍ଦେଶକ  ସୌରୀ ରଞ୍ଜନ ପଣ୍ଡା ଙ୍କ ଅଧ୍ୟକ୍ଷତା ରେ ବିଶ୍ଵ ମାତୃଭାଷା ଦିବସ ଏବଂ ରାଧାମୋହନ ଗଡ଼ନାୟକଙ୍କର ୨୬ତମ ପୁଣ୍ଯ ତିଥି ପାଳନ ହୋଇଯାଇଛି |

Advertisement

ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରୀୟ ଯୁବ ସମ୍ମାନ ପ୍ରାପ୍ତ, ରାଧାମୋହନ ଗଡ଼ନାୟକ ଶ୍ରୁତି କମିଟି ର ସମ୍ପାଦକ ତଥା ବରିଷ୍ଠ ସ୍ୱେଚ୍ଛାସେବୀ  ସୁଶାନ୍ତ କୁମାର ତ୍ରିପାଠୀ କାର୍ଯ୍ୟକ୍ରମ ରେ ପ୍ରଥମେ କବିବର ରାଧାମୋହନ ଗଡନାୟକଙ୍କ ଫୋଟ ଚିତ୍ର ରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ପୁଷ୍ପ ମାଲ୍ୟ ଅର୍ପଣ କରି ମାତୃ ଭାଷା ଉତ୍ପତ୍ତି ତାର ମହତ୍ଵକୁ ଗୁରୁତ୍ଵ ଦେଇ ଥିଲେ,ଭାଷା ବଞ୍ଚିଲେ ଆମେ ବଞ୍ଚିବା ନିଜ ଆଂଚଳିକ ଭାଷା ର ରକ୍ଷଣ ଆଜିର ଯାନ୍ତ୍ରିକ ଯୁଗ ରେ ଆବଶ୍ୟକ ପଡିଛି| ପ୍ରଦେଶ ର ବିଭିନ୍ନ ଇଂରାଜି ବିଦ୍ୟାଳୟ ଓ ମହାବିଦ୍ୟାଳୟ ରେ ଓଡ଼ିଆ ଭାଷା କୁ ସେଇ ପରି ଗୁରୁତ୍ୱପୂର୍ଣ୍ଣ ଭୂମିକା ଦିଆ ଯାଉ ନାହିଁ ତା ଦ୍ଵାରା ଆମର ପର ପିଢି ଆମ ଭାଷା ରୁ ଦୁରେଇ ଯାଉଛନ୍ତି, ଆମ ସମସ୍ତ ଙ୍କ ଭାଷା ର ଜନନୀ ସଂସ୍କୃତ ଭାଷା ଯାହା କୁ ଆମେ ଧୀରେ ଧୀରେ ଭୁଲି ଯାଇଛନ୍ତି କିନ୍ତୁ ଦେବ ଲିପି ଭାବେ ଆଜି କେବଳ ପୂଜା ପାଠ ଯଜ୍ଞ ରେ ବ୍ୟବହାର କରୁଛେ, ଆଜି ମଧ୍ଯ ଧୀରେ ଧୀରେ ବହୁ ଆଂଚଳିକ ଭାଷା ଲୋପ ପାଇବ କୁ ବସିଲାଣି ବୋଲି କହି ମାତୃ ଭାଷା କୁ ବଞ୍ଚାଇ ରଖିବାକୁ ଗୁରୁତ୍ଵ ଦେଇ ଥିଲେ|

ଏଇ କାର୍ଯ୍ୟକ୍ରମ ରେ ପ୍ରାୟ ୪୦ ଜଣ ପ୍ରଶିକ୍ଷିକା ଅଂଶଗ୍ରହଣ କରିବା ସହିତ ସହ କାର୍ଯ୍ୟକ୍ରମ ଅଧିକାରୀ ଚିତ୍ତ ରଞ୍ଜନ ସାମଲ ଧନ୍ଯବାଦ ଦେଇ ଥିଲେ.

Leave a Reply

Your email address will not be published. Required fields are marked *