ନୂଆ ଅବତାର ରେ ମହେନ୍ଦ୍ରସିଂ : ରିଲିଜ ହେଲା ‘ଅଥର୍ବ ଦି ଅରିଜିନ୍’ ଟିଜର

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ବୁଧବାର ତାଙ୍କର ଆଗାମୀ ଆନିମେଟେଡ୍ ଗ୍ରାଫିକ୍ ଉପନ୍ୟାସ ‘ଅଥର୍ବ: ଦି ଅରିଜିନ୍’ରୁ ନିଜ ଫାର୍ଷ୍ଟ ଲୁକ୍ ଜାରି କରିଛନ୍ତି। ଧୋନୀ ନିଜେ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ସହ ତାଙ୍କର ଏହି ପୌରାଣିକ ସାଇନ୍ସ ଫିକସନ୍ ଉପନ୍ୟାସର ପ୍ରଥମ ଲୁକ୍ ଟିଜର ମଧ୍ୟ ସେୟାର କରିଛନ୍ତି । ଏହି ଟିଜରରେ ଧୋନୀ ଅଘୋରୀ ‘ଅଥର୍ବ’ର ଭୂମିକାରେ ନଜର ଆସିଛନ୍ତି । ବୁଧବାର ‘ଫେସ୍‌ବୁକ୍‌’ ଜରିଆରେ ଧୋନୀ ଏହି ପୋଷ୍ଟର ଜାରି କରିଛନ୍ତି। ଏହି ଗ୍ରାଫିକ୍‌ ଉପନ୍ୟାସରେ ନିଜେ ଧୋନି ଜଣେ ସୁପର ହିରୋ ଓ ଲଢ଼ୁଆ ସେନାପତି ଭାବେ ନଜର ଆସିବେ। ଧୋନିଙ୍କର ଏହି ନୂଆ ଅବତାର ତାଙ୍କ ପ୍ରଶଂସକଙ୍କୁ ବେଶ୍‌ ପସନ୍ଦ ଆସୁଛି। ଜାରି କରା ଯାଇଥିବା ପୋଷ୍ଟରରେ ଧୋନିଙ୍କୁ ଜଣେ ଯୋଦ୍ଧା ଭାବେ ଦେଖିବାକୁ ମିଳିଛି। ଏହି ଆନିମେଟେଡ୍‌ ପୋଷ୍ଟରରେ ଧୋନି ଶୀର୍ଷକ ଭୂମିକା ଅଥର୍ବ ନିର୍ବାହ କରୁଛନ୍ତି। ଧୋନିଙ୍କୁ ଏକ ରାକ୍ଷାସ ସେନା ବିରୋଧରେ ଏକା ଲଢ଼ିବା ଦେଖିବାକୁ ମିଳିଛି।

ଏହି ଗ୍ରାଫିକ୍‌ ଉପନ୍ୟାସ ରମେ ତାମିଲମାନିଙ୍କ ଦ୍ବାରା ଲେଖାଯାଇଛି। ବିଭିନ୍ନ ସ୍ଥିରଚିତ୍ର ଦ୍ବାରା ଏହି ଗ୍ରାଫିକ୍‌ ଉପନ୍ୟାସ ପ୍ରସ୍ତୁତ ହୋଇଛି। ‘ଏହି ଉପନ୍ୟାସଟି ଲେଖକ ରମେଶ ଥାମିଲାନୀଙ୍କ ସମାନ ନାମରେ ପ୍ରକାଶିତ ପୁସ୍ତକର ଏକ ଆଡାପ୍ଟେସନ୍ । ଏହି ଉପନ୍ୟାସଟି ‘ଧୋନୀ ଏଣ୍ଟରଟେନମେଣ୍ଟ’ ଦ୍ୱାରା ପ୍ରାୟୋଜିତ । ଏହି ମିଡିଆ କମ୍ପାନୀ ଧୋନୀ ଏବଂ ତାଙ୍କ ପତ୍ନୀ ସାକ୍ଷୀ ସିଂ ଧୋନୀଙ୍କ ଦ୍ଵାରା ୨୦୧୯ରେ ପ୍ରତିଷ୍ଠା ହୋଇଥିଲା । ଏହି ଗ୍ରାଫିକ୍ ଉପନ୍ୟାସ ବିର୍ଜୁ ଷ୍ଟୁଡିଓସ୍ ଏବଂ ମିଡାସ୍ ଡିଲ୍ ପ୍ରାଇଭେଟ୍ ଲିମିଟେଡ ଦ୍ୱାରା ନିର୍ମିତ।‘ଅଥର୍ବ: ଦି ଅରିଜିନ୍‌’ ଏକ ଚଳଚ୍ଚିତ୍ର ହୋଇନଥିଲେ ମଧ୍ୟ ଏହା ବେଶ୍‌ ଆଦୃତହେବ ବୋଲି ଅନୁମାନ କରାଯାଉଛି। ଚଳିତବର୍ଷ ଏହାର ନିର୍ମାଣ ସମ୍ପୂର୍ଣ୍ଣ ହେବ। ଦେଶର ନାମୀ ଚିତ୍ରକରମାନେ ଏହି ଗ୍ରାଫିକ୍‌ ଉପନ୍ୟାସ ପାଇଁ କାମ କରିଛନ୍ତି। ତାଙ୍କର ଏହି ନୂଆ ଅବତାର ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଆଦୃତ ହେବ ବୋଲି ଧୋନୀ ଆଶା ରଖିଛନ୍ତି।

Leave a Reply

Your email address will not be published. Required fields are marked *