ପୁରୀ: ଅଣସର ଘର ଗୁପ୍ତ ସେବା ପାଇଁ ସୁସ୍ଥ ହୋଇଛନ୍ତି ଶ୍ରୀଜୀଉ । ଶ୍ରୀମନ୍ଦିରରୁ ଫିଟିଲା ଅଣସର ତାଟି । ଆରମ୍ଭ ହେଲା ଶ୍ରୀବିଗ୍ରହଙ୍କ ନବଯୌବନ ଦର୍ଶନ । ଏହା ତିନି ଦିନ ଧରି ଚାଲିବ । ୨୦ ବର୍ଷ ପରେ ଏପରି ଏକ ଦୁର୍ଲଭ ସଂଯୋଗ ଆସିଛି । ତେବେ କରୋନା କଟକଣା ଯୋଗୁଁ ଶ୍ରୀକ୍ଷେତ୍ରରେ ଏହି ଅଲୌକିକ ଦର୍ଶନ କରିପାରିଲେ ନାହିଁ ଶ୍ରଦ୍ଧାଳୁ । ମହାପ୍ରଭୁ ନବଯୌବନ ବେଶରେ ଦର୍ଶନ ଦେଲେ, ହେଲେ ଏହି ବେଶ ଦର୍ଶନ କରିବାରୁ ବଂଚିତ ହେଲେ ଶ୍ରଦ୍ଧାଳୁ କରୋନା କଟକଣା ଯୋଗୁଁ ଭକ୍ତଙ୍କୁ ଶ୍ରୀମନ୍ଦିର ମନା ହୋଇଛି । କେବଳ ସେବାୟତଙ୍କ ଦ୍ୱାରା ନୀତିକାନ୍ତି ଚାଲିଛି । ତେଣୁ ଶ୍ରୀଜିଉଙ୍କ ନବଯୌବନ ବେଶ ଦର୍ଶନ କରି ପାରିଲେ ନାହିଁ ଶ୍ରଦ୍ଧାଳୁ । ଶ୍ରୀମନ୍ଦିର ସିଂହଦ୍ୱାରା ସମ୍ମୁଖରୁ ପତିପାବନଙ୍କ ଦର୍ଶନ କରି ମନଦୁଃଖରେ ଫେରି ଯାଇଛନ୍ତି ଶ୍ରଦ୍ଧାଳୁ । ଦୀର୍ଘ ୨୦ ବର୍ଷ ପରେ ଚଳିତ ବର୍ଷ ୩ ଦିନ ଧରି ନବଯୌବନ ବେଶ ଦର୍ଶନର ସଂଯୋଗ ପଡିଛି । । ସେପଟେ ରଥଯାତ୍ରା ପାଇଁ ଆଉ ମାତ୍ର ଦିନ କେଇଟା ବାକି ଥିବାରୁ ରଥ ନିର୍ମାଣ ଖୁବ୍ ଜୋରସୋରରେ ଚାଲିଛି.
Related Posts
ଆରମ୍ଭ ହେଲା ଜରାସିଙ୍ଘା ଫୁଟବଲ ଟୁର୍ଣ୍ଣାମେଣ୍ଟ
ଅନୁଗୋଳ: ଆରମ୍ଭ ହୋଇଛି ଜରାସିଙ୍ଘା ଫୁଟବଲ ଟୁର୍ଣ୍ଣାମେଣ୍ଟ । ୬ ଦିନ ଧରି ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ କୁ ଉଦଦ୍ଘାଟନ କରିଛନ୍ତି ଜିନ୍ଦଲ ଷ୍ଟିଲ ଏଣ୍ଡ…
ଜବତ ର ୮ ବର୍ଷ ପରେ ପୋଡ଼ାହେଲା ଗଞ୍ଜେଇ
ନାଲ୍କୋ ସ୍ମେଲଟର ପ୍ଲାଣ୍ଟରେ ଜଳଗଲା ଗଞ୍ଜେଇ। ଗଞ୍ଜେଇକୁ ନଷ୍ଟ କରିବା ପାଇଁ କୋର୍ଟ ଅନୁମତି ଦେବା ପରେ ଏହାକୁ ସୁରକ୍ଷିତ ଭାବେ ଜାଳି ନଷ୍ଠ କରିଛି ପୋଲିସ…
ରାଜ୍ୟ ନିର୍ବାଚନ କମିସନର ଙ୍କ ସୂଚନା ୨୪ ତାରିଖ ସକାଳ ୮ଟାରୁ ସନ୍ଧ୍ୟା ୫ଟା ଯାଏ ପୌର ନିର୍ବାଚନ ଲାଗିହେବ ଭୋଟ ଗ୍ରହଣ।
ଭୁବନେଶ୍ୱର: ଆଗାମୀ ମାର୍ଚ୍ଚ ୨୪ ତାରିଖ ସକାଳ ୮ଟାରୁ ସନ୍ଧ୍ୟା ୫ଟା ଯାଏ ପୌର ନିର୍ବାଚନ ଲାଗି ଭୋଟ ଗ୍ରହଣ କରାଯିବ ବୋଲି ରାଜ୍ୟ ନିର୍ବାଚନ କମିସନର…