ଅନୁଗୋଳ : ଅନୁଗୋଳ ଜିଲାରେ ଥିବା ନାଲକୋ (S&P) କମ୍ପ୍ଲେସ୍କ ତରଫରୁ ପରିପାର୍ଶୀକ ଗ୍ରାମମାନଙ୍କରେ ଟ୍ୟାଙ୍କର ଯୋଗେ ଗ୍ରୀଷ୍ମକାଳୀନ ପାନୀୟ ଜଳଯୋଗାଣ କାର୍ଯ୍ୟ ଆଜିଠାରୁ ଆରମ୍ଭ କର।ଯାଇଛି। ପରିପାର୍ଶୀକ ଅଞ୍ଚଳରେ ଗ୍ରୀଷ୍ମଋତୁରେ ଦେଖାଯାଉଥିବା ପାନୀୟ ସଙ୍କଟକୁ ଦୂରକରିବା ପାଇଁ ଏହି କାର୍ଯ୍ୟକ୍ରମ ପ୍ରତିବର୍ଷ ସମ୍ପାଦନ କର।ଯାଇଥାଏ। ଏସ.ଆଣ୍ଡ.ପି କମପ୍ଲେକ୍ସର ନିର୍ବାହୀ ନିର୍ଦେଶକ ଅମ୍ବିକା ପ୍ରସାଦ ପଣ୍ଡା ପତାକା ଦେଖାଇ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଏହି ସମାରୋହରେ ମାନବସମ୍ବଳ ଓ ପ୍ରଶାସନ ଜି ଏମ ସତ୍ୟାନନ୍ଦ ସାହୁ, ଡିଜିଏମ (ଏଚଆରଡ଼ି) ରାଜ। ରାମ ମିଶ୍ର, ବିଡିଓ ବଅଁରପାଳ ଏଲିଜା ମିଶ୍ର, ଏ ବି ଡି ଓ RWSS ଯନ୍ତ୍ରି ଙ୍କ ସମେତ ଓ ନାଲକୋ ଫାଉଣ୍ଡଶନ ର କର୍ମକର୍ତାଗଣ ଉପସ୍ଥିତ ରହିଥିଲେ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ସ୍ଥାନୀୟ ପ୍ରଶାସନ ଓ ନାଲକୋ ର ମିଳିତ ଉଦ୍ୟମ ଯୋଗୁ ଅନୁଗୋଳ ,ବଅଁରପାଳ ଓ ଛେଣ୍ଡିପଦ। ବ୍ଲକ ଅନ୍ତର୍ଗତ ୧୭ (ସତର) ଗ୍ରାମରେ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣ କରାଯାଉଛି। ନାଲକୋ ଏକ ଦଇତ୍ଵ ବାନ କର୍ପୋରେଟ ହିସାବରେ ପାରିପାର୍ଶ୍ଵିକ ଅଞ୍ଚଳର ଉନ୍ନତିରେ ଦିଗରେ ନିଜର ସହଭାଗିତା ଯୋଗାଇ ଆସିଛି । ଏହି ପଦକ୍ଷେପକୁ ସାଧାରଣ ଜନତା ଓ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରିଛନ୍ତି