ନାଲକୋ ପକ୍ଷରୁ ଶ୍ରେଷ୍ଠତ୍ଵ ସମ୍ମାନ, ମାଟ୍ରିକ୍ ପରିୀକ୍ଷାରେ ଉତିର୍ଣ୍ଣ ଶ୍ରେଷ୍ଠ ୨୯ ଜଣକୁ ପୁରସ୍କୃତ ।

ଅନୁଗୋଳ : ନବରତ୍ନ ଉଦ୍ୟୋଗ ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍ (ନାଲକୋ), ଏହାରଉତ୍ପାଦ ନୟୁନିଟ୍ ଅନୁଗୋଳ ଏବଂ ଦାମନଜୋଡ଼ିର ପାରିପାର୍ଶ୍ୱିକ ଗ୍ରାମର ବିଦ୍ୟାଳୟଗୁଡ଼ିକର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ସାହାଯ୍ୟ ଏବଂ ପ୍ରୋତ୍ସାହିତକରି ଆସୁଛି | ଚଳିତ ଥର ମଧ୍ୟ ନାଲକୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀଧରପାତ୍ର ଅନୁଗୋଳ ସ୍ଥିତ ସ୍ମେଲଟର ଏବଂ ପାୱାର କମ୍ପ୍ଲେକ୍ସର ପାରିପାରିପାର୍ଶ୍ୱିକ ବିଦ୍ୟାଳୟର ମାଟ୍ରିକ୍ ପରିୀକ୍ଷାରେ ଉତ୍ତିର୍ଣ୍ଣ ହୋଇଥିବା ଶ୍ରେଷ୍ଠ 29 ଜଣଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।ନାଲକୋ ନଗରଠାରେ ଆୟୋଜିତ ଏକସ୍ୱତନ୍ତ୍ର ଉତ୍ସବରେ ପୁରସ୍କାର ସ୍ୱରୂପ ନଗଦ 5000 ଟଙ୍କା ଏବଂ ପ୍ରଶଂସା ପ୍ରମାଣପତ୍ର ପ୍ରତି ଛାତ୍ରଙ୍କୁ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ନାଲକୋ ମହିଳା ସମିତି ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ପାତ୍ର ଏବଂ ନାଲକୋର କାର୍ଯ୍ୟପାଳକ ନିର୍ଦ୍ଦେଶକ (ଏସ.ଆଣ୍ଡ୍.ପି) ଏ.ପି.ପଣ୍ଡା ମଧ୍ୟ ଉପସ୍ଥିତ ଥିଲେ।

ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକମାନଙ୍କ ଉକ୍ତ ସମାବେଶକୁ ସମ୍ବୋଧିତ କରି ଅଧ୍ୟକ୍ଷ ଶ୍ରୀ ପାତ୍ର ପିଲାମାନଙ୍କୁ ସଫଳତାର ଏହି ଧାରା ବଜାୟ ରଖିବାକୁ ଏବଂ ଜୀବନରେ ଲକ୍ଷ୍ୟ ହାସଲ କରିବା ପର୍ଯ୍ୟନ୍ତ ସଂଘର୍ଷ ଜାରୀ ରଖିବାକୁ  ପରାମର୍ଶ ଦେଇଥିଲେ। ସେଆହୁରି ମଧ୍ୟ କହିଥିଲେ ଯେ: ‘ଅଧ୍ୟୟନ କରିବା, ସଂଘର୍ଷ କରିବା ଏବଂ ସଫଳତା ହାସଲ କରିବା’ହିଁ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ଜୀବନରମନ୍ତ୍ର ହେବା ଉଚିତ୍। ଶ୍ରେଷ୍ଠ ମାଟ୍ରିକୁଲେଟ୍ପୁରସ୍କାର, ଅନୁଗୋଳ ସ୍ଥିତ ନାଲକୋର ଏସ.ଆଣ୍ଡ୍.ପି. କମ୍ପ୍ଲେକ୍ସର ପାରିପାର୍ଶ୍ୱିକ 22ଟି ବିଦ୍ୟାଳଏବଂ ଛେଣ୍ଡିପଦା ସ୍ଥିତ କୋଇଲାଖଣି ଅଞ୍ଚଳର 5 ଟି ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ କରାଯାଇ ଆସୁଛି।

Leave a Reply

Your email address will not be published. Required fields are marked *