କେନ୍ଦ୍ର ଖଣି ସଚିବ ଦ୍ଵାରା ଉଦଘାଟନ ହେଲା ନାଲକୋର ଲିନ୍ ସ୍ଲରୀ ରି ପ୍ରକଳ୍ପ।

 ଅନୁଗୋଳ : କେନ୍ଦ୍ର ଖଣି ସଚିବ, ଆଲୋକ ଟଣ୍ଡନ୍, ଆଜି ଅନୁଗୋଳଠାରେ ରାଷ୍ଟ୍ରାୟତ୍ତ ନିବିରନ୍ କମ୍ପାନୀ ନାଲକୋର ଲିନ୍ ସ୍କରି ପ୍ରକଳ୍ପକୁ ଉଦଘାଟନ କରିଛନ୍ତି । ନାଲକୋର ବ୍ୟବସାୟିକ ସଫଳତା ତଥା ପରିବେଶ ପରିଚାଳନା ଏବଂ ଉତ୍ତମ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଏହା ଏକ ଉଲ୍ଲେଖନୀୟ ପଦକ୍ଷେପ। ନାଲକୋର ଏହି ଲିନ୍ ସ୍କରି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ଦ୍ବାରା କମ୍ପାନୀର ନିଜସ୍ଵ ବିଦ୍ୟୁତ୍‌ ପ୍ରକଳ୍ପର ପାଉଁଶର ଶତ ପ୍ରତିଶତ ବିନିଯୋଗ ହୋଇପାରିବ । ଏହା ପରିବେଶ ଅନୁକୂଳ ବାତାବରଣ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ତଥା ନାଲକୋର ନିଜସ୍ବ ବିଦ୍ୟୁତ୍‌ ପ୍ରକଳ୍ପର ସୁପରିଚାଳନା ପାଇଁ ସହାୟକ ହୋଇପାରିବ ।

 କେନ୍ଦ୍ର ଖଣି ସଚିବ  ଆଲୋକ ଟଣ୍ଡନ, ନାଲକୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ  ଶ୍ରୀଧର ପାତ୍ରଙ୍କ ସହିତ ଅନୁଗୋଳଠାରେ ଅବସ୍ଥିତ ନାଲକୋର ସ୍ମେଲଟର ଏବଂ ନିଜସ୍ଵ ବିଦ୍ୟୁତ୍‌ ପ୍ରକଳ୍ପ ଗସ୍ତ କରିବା ସହ ଚଳିତ ଆର୍ଥିକ ବର୍ଷର ଆହ୍ବାନପୂର୍ଣ୍ଣ ପରିସ୍ଥିତିରେ ଉତ୍ପାଦନର ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିବା ସହ ଉଲ୍ଲେଖନୀୟ ସଫଳତା ହାସଲ କରିପାରିଥିବାରୁ ନାଲକୋର ଉଦ୍ୟମକୁ ପ୍ରଶଂସା କରିଥିଲେ । ଏହି ଅବସରରେ କେନ୍ଦ୍ର ଖଣି ସଚିବ ନାଲକୋର ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀମାନଙ୍କ ସହ ମଧ୍ୟ ଆଲୋଚନା କରିଥିଲେ ଏବଂ ଉନ୍ନତ ଉତ୍ପାଦନ ଓ ଉତ୍ପାଦକତାର ପରମ୍ପରାକୁ ବଜାୟ ରଖିବାପାଇଁ କର୍ମଚାରୀମାନଙ୍କୁ ଉତ୍ସାହିତ କରିଥିଲେ ।

Leave a Reply

Your email address will not be published. Required fields are marked *