ନାଲକୋ ବିଶ୍ଵକର୍ମା ପୂଜା ରେ ଅଘଟଣ:ଭାଙ୍ଗିଲା ଖଦି ଗ୍ରାମ୍ୟଉଦ୍ୟୋଗ ମେଳା ଟେଣ୍ଟ

ଅନୁଗୋଳ: ଓଡିଶା ପ୍ରସିଦ୍ଧ ନାଲକୋ ବିଶ୍ଵକର୍ମା ପୂଜା ଆରମ୍ଭରୁ ଅଘଟଣ । ପୂଜା କୁ ଆକର୍ଷଣ କରିବା ପାଇଁ ହେବାକୁ ଥିବା ଖଦି ଗ୍ରାମ୍ୟ ଉଦ୍ୟୋଗ ମେଳା ଟେଣ୍ଟ ଭାଙ୍ଗି ଯିବାରୁ ୮ ଜଣ ଆହତ ହୋଇଛନ୍ତି । ଟେଣ୍ଡ ନିର୍ମାଣ ବେଳେ ଖସି ପଡିଥିଲା ଟେଣ୍ଟ। ଆଠଜଣ ଟେଣ୍ଡ କର୍ମଚାରୀ ଗୁରୁତର ଭାବେ ଆହତ ହୋଇଛନ୍ତି।

ସୂଚନାନୁସାରେ ନାଲକୋ ରେ ଆରମ୍ଭ ହୋଇଥିବା ପ୍ରସିଦ୍ଧ ବିଶ୍ୱକର୍ମା ପୂଜାର ଖଦି ଓ ଗ୍ରାମ୍ୟଦୋଗ ଷ୍ଟଲ ପାଇଁ ହେଉଥିବା ଟେଣ୍ଟ ଟି ଭୁଶୁଡି ପଡିଛି । ଫଳରେ ଟେଣ୍ଟ ଉପରେ ଥିବା 8 ଜଣ କର୍ମଚାରୀ ଗୁରୁତର ଭାବେ ଆହତ ହୋଇଛନ୍ତି । ସେମାନଙ୍କୁ ତୁରନ୍ତ ନାଲକୋ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେମାନେ ସମସ୍ତେ ସିଂ ଟେଣ୍ଟ ହାଉସ ର ଶ୍ରମିକ ବୋଲି ଜଣା ପଡ଼ିଛି ।  ଆହତ ବ୍ୟକ୍ତି ମାନେ ହେଲେ  ବିରେନ୍ଦ୍ର ବିଶ୍ୱାଳ , ମନୋଜ ସାହୁ , ବିମ୍ବାଧର ସାମଲ  ଅରକ୍ଷିତ ସାହୁ  ମହରଗା ଭୁତିଆ । ତେବେ ଏଠାରେ ବଡ଼ ଧରଣ ର ଅଘଟଣ ରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଶ୍ରମିକ ମାନେ । ତେବ ଟେଣ୍ଡ ନିର୍ମାଣ ସାରିଥିଲେ ଏଠାରେ ଖଦି ଓ ଗ୍ରାମଦ୍ୟୋଗ ହାଟର ଶୁଭାରମ୍ଭ ହୋଇ ଥାନ୍ତା । ସବୁଠାରୁ ବଡ଼ କଥା ହେଉଛି ବହୁ ଲୋକଙ୍କ ସମାଗମ ହୋଇଥିବା ବେଳେ ଟେଣ୍ଡ ସ୍ଥଳରେ ଖେଇ ନଥିବାରୁ ଏକ ବଡ଼ ଧରଣର ବିପତି ବର୍ତିଯାଇ ଥିବା  କାହାଯାଉଛି ।

Leave a Reply

Your email address will not be published. Required fields are marked *