ଅନୁଗୋଳ: ଅନୁଗୋଳ ବାସନ୍ତୀ ଭଳିବଲ ଟ୍ରଷ୍ଟ ପକ୍ଷରୁ ଅନୁଗୁଳ କପ ୨୦୨୫ ଆସନ୍ତା ମାର୍ଚ୍ଚ ୧ ତାରିଖଠାରୁ ଆରମ୍ଭ ହୋଇ ୨ ତାରିଖରେ ଶେଷ ହେବ । ଜାତୀୟ ସ୍ତରର ହେଉଥିବା ଏହି ଟୁର୍ଣ୍ଣାମେଣ୍ଟରେ ରାଜ୍ୟର କିଟ ଭଲିବଲ , ସୁର୍ଯ୍ୟସିଖା ଭଳିବଲ , ସ୍ପୋର୍ଟସ ହଷ୍ଟେଲ ଭୁବନେଶ୍ୱର , ବାସନ୍ତୀ ଭଳିବଲ ଏବଂ ରାଜ୍ୟ ବାହାରର ହରିଆନା ସ୍ପାଇକର୍ସ ଓ ଉତ୍ତରପ୍ରଦେଶ ୟଙ୍ଗ ଷ୍ଟାର ଭଳି ୬ ଟି ଦଳ ଭାଗ ନେବେ ।

ଚଳିତ ବର୍ଷ ୧ ତାରିଖ ଅପରାହ୍ନ ୨ ଟା ବେଳେ ଉଦଘାଟନ ଉତ୍ସବ ଅନୁଷ୍ଠିତ ହେବ । ଚଳିତ ବର୍ଷ ଟୁର୍ଣ୍ଣାମେଣ୍ଟରେ ଅନୁଗୋଳ ଜିଲ୍ଲାର ପୁରାତନ ଭଳିବଲ ଖେଳାଳି ଓ ଖେଳ ତଥା ସାଂସ୍କୃତିକ କାର୍ଯ୍ୟକ୍ରମରେ ଭଲ ଆୟୋଜନ କରୁଥିବା ଅନୁଷ୍ଠାନ ଗୁଡିକୁ ମଧ୍ୟ ପୁରସ୍କୃତ କରାଯିବ । ଏ ନେଇ ବାସନ୍ତୀ ଭଳିବଲ ଟ୍ରଷ୍ଟ ପକ୍ଷରୁ ଆଜି ବାସନ୍ତୀ ଦୁର୍ଗା ପୂଜା ପଡିଆରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆ ଯାଇଥିବା ବେଳେ ବିପୁଳ ସଂଖ୍ୟାରେ ଖେଳାଳି ଓ ଦର୍ଶକ ଯୋଗ ଦେଇ ଖେଳ ଉପଭୋଗ କରିବାକୁ ଅନୁରୋଧ କରାଯାଇଛି ।

ଏହି ସାମ୍ବାଦିକ ସମ୍ମିଳନୀରେ ସଭାପତି ପ୍ରତାପ ମାଝୀ , ସମ୍ପାଦକ ରଶ୍ମି ରଞ୍ଜନ ପ୍ରଧାନ , କୋଚ ଦିବ୍ୟ ରଞ୍ଜନ ବେହେରା , କୋଷାଧ୍ୟକ୍ଷ ସମରେଶ ନାଥ ଓ ନୌଷଦ ଅଲ୍ଲୀ , ଅନୁପ ମହାନ୍ତି , ଯତୀନ ସେଠି , ଉପଦେଷ୍ଟା ଶକ୍ତି ପଟନାୟକ , ପ୍ରଦୀପ ଦେବତା ଆଦି ଉପସ୍ଥିତ ଥିଲେ ।