ଅନୁଗୋଳ ରେ ଦ୍ବାଦଶତମ ଜାତୀୟ ମତଦାତା ଦିବସ ପାଳିତ ।

 ଅନୁଗୋଳ: ଯୁବ ଭୋଟରମାନଂକୁ ନିର୍ବାଚନର ସମସ୍ତ ପ୍ରକ୍ରିୟାରେ ଅଂଶଗ୍ରହଣ କରିବା ନିମନ୍ତେ ଉତ୍ସାହିତ କରିବା ପାଇଁ ୨୦୧୧ ମସିହା ଠାରୁ କମିଶନର ମୁଳ ଭିତ୍ତିପ୍ରସ୍ତର ଦିବସ ଅବସରରେ ପାଳିତ ହୋଇଆସୁଅଛି । ଏହି ପରିପ୍ରେକ୍ଷୀରେ  ମଙ୍ଗଳବାର ପୂର୍ବାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହଠାରେ ଦ୍ବାଦଶତମ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରଜନୀକାନ୍ତ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭାରତର ଗଣତନ୍ତ୍ର ପୃଥିବୀରେ ଅନନ୍ୟ ଓ ସୁଦୃଢ ବୋଲି ମତବ୍ୟକ୍ତ କରିଥିଲେ । କୋଭିଡ ତୃତୀୟ ଲହରୀର ପ୍ରଭାବକୁ ଦୃଷ୍ଟିରେ ରଖୁ ଭାରତର ନିର୍ବାଚନ କମିଶନ ଗଣତନ୍ତ୍ରର ଏହି ପ୍ରକ୍ରିୟାକୁ ପୂର୍ବ ବର୍ଷ ପରି ପାଳନ କରୁଛନ୍ତି । ପ୍ରତ୍ୟେକ ବର୍ଷ ଜାନୁଆରୀ ୧ ତାରିଖରେ ୧୮ ବର୍ଷ ହେଉଥିବା ନୂଆ ଭୋଟରମାନେ ସେମାନଂକର ଦାୟିତ୍ବ,କର୍ତ୍ତବ୍ୟ ପାଳନ କରିବା ସହ ପ୍ରଲୋଭିତ ନ ହୋଇ ସଜାଗ ରହି ନିଜର ମତ ସାବ୍ୟସ୍ତ କରିବାକୁ ପରାମର୍ଶ ଦେଇଥିଲେ । ପ୍ରାରମ୍ଭରେ ଅନୁଗୋଳ ଉପଜିଲ୍ଲାପାଳ ଶ୍ରୀ ବାସୁଦେବ ଶତପଥୁ ସମସ୍ତଂକୁ ସ୍ବାଗତ ଜଣାଇବା ସହ ନିର୍ବାଚନ କମିଶନଂକ ବାର୍ତ୍ତା ପାଠ କରାଇଥିଲେ । ସମସ୍ତଂକର ସହଯୋଗରେ ଏକ ସୁଦୃଢ ଗଣତନ୍ତ୍ର ଗଠନ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ ।

ମୁଖ୍ୟ ବକ୍ତା ଭାବେ ଅନୁଗୋଳ ସ୍ବୟଂ ଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡା.ଶାନ୍ତନୁ କୁମାର ସର ଯୋଗ ଦେଇ ଗଣତନ୍ତ୍ର ଦେଶରେ ନିର୍ବାଚନ ଏକ ବଡ ପର୍ବ ବୋଲି ମତବ୍ୟକ୍ତ କରିଥିଲେ । ଆମର ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ ସମସ୍ତେ ସଚେତନ ହେବା ଆବଶ୍ୟକ । “ମୁଁ ଭୋଟ ଦେବି ଓ ଅନ୍ୟମାନଂକୁ ଭୋଟ ଦେବାରେ ସୁଯୋଗ ସୃଷ୍ଟି କରିବା ସହ ପ୍ରୋତ୍ସାହିତ କରିବି” ଆମର ଗଣତନ୍ତ୍ର ଦେଶରେ ଏକ ମୁଲ୍ୟବୋଧ,ସୁଦୃଢ,ଅବାଧ ଓ ନିରପେକ୍ଷ ନିର୍ବାଚନ ଆମର ଭାଷା ଓ ସଂସ୍କୃତି ମଧ୍ୟରେ ସମସ୍ତଂକ ପାଇଁ ଏକ ବଡ ଆହ୍ବାନ ବୋଲି ସେ ପ୍ରକାଶ କରିଥିଲେ । ଗଣତନ୍ତ୍ରରେ ନିର୍ବାଚନ ଦେଶରେ ପରିବର୍ତ୍ତନ ଆଣିଥାଏ । ନୂତନ ଭୋଟର ପ୍ରଯୁକ୍ତି ବିଦ୍ୟା ବଳରେ ଘରେ ବସି ନିର୍ବାଚନ ପ୍ରକ୍ରିୟା ସମ୍ପର୍କରେ ଜଣିପାରିବା ସହ ପଞ୍ଜିକରଣ ମଧ୍ୟ କରିପାରିବେ । ୱେବ ମେସେଜ୍‌ରେ ‘ହର ଭୋଟ ଜରୁରୀ’ ବୋଲି ଉଲ୍ଲେଖ ଅଛି । ଜାତି ଓ ଭାଷା ନିର୍ବିଶେଷରେ ସମସ୍ତଂକୁ ଭୋଟ ଦେବାକୁ ହେବ । ମୁଁ ଯେଉଁ ଭୋଟ ଦେବି ତାହା ସରକାର ଗଢିବାରେ ନିର୍ଦ୍ଧାୟକ ଭୂମିକା ଗ୍ରହଣ କରିବ ।

ମହାମାରୀ କୋଭିଡ ମଧ୍ୟରେ ନିର୍ବାଚନ ହେବା ଆମ ସମସ୍ତଂକ ପାଇଁ ଏକ ବଡ ଆହ୍ବାନ ବୋଲି ସେ ପ୍ରକାଶ କରିଥିଲେ ଅତିରିକ୍ତ ଜିଲ୍ଲାପାଳ ମତାଦାତାଂକୁ ସଂକଳ୍ପ ପାଠ କରାଇଥିଲେ । ଏହି ଅବସରରେ ୬ଜଣ ବୁଥ୍ ସ୍ତରୀୟ ଅଧିକାରୀ ଓ ସ୍କୁଲ କଲେଜର ପିଲାକ ମଧ୍ୟରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଂକୁ ପୁରସ୍କୃତ କରାଯାଇଥିଲା । ଏହାଛଡା ୫ ଜଣ ନୂଆ ଭୋଟରଂକୁ କାର୍ଡ ବଣ୍ଟନ କରାଯାଇଥିଲା । ଶେଷରେ ଡେପୁଟୀ କଲେକ୍ଟର ଅମ୍ଳାନ ଅପରାଜିତା ମିଶ୍ର ସମସ୍ତଂକୁ ଧନ୍ୟବାଦ ଅର୍ପଣ କରିଥିଲେ । ଆସିଷ୍ଟାଣ୍ଟ କେଲକ୍ଟର ମନିଷା ଗୁପ୍ତା ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଆସିଷ୍ଟାଣ୍ଟ କେଲକ୍ଟର ବବିତା ମିଶ୍ର,ସେକସନ୍ ଅଫିସର ସୁବାସ ଚନ୍ଦ୍ର ପ୍ରଧାନ ଓ ମିନତୀ ସେଠୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ବି ଏଲ୍‌ ଓ ,ସୁପରଭାଇଜର ଓ ଛାତ୍ର ଛାତ୍ରୀମାନେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *