ଅନୁଗୋଳ : ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ ଏବଂ ଜେଏସପି ଫାଉଣ୍ଡେସନ ଅଧ୍ୟକ୍ଷl ଶ୍ରୀମତୀ ଶାଲୁ ଜିନ୍ଦଲ
ଏକ ସ୍ଵତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିବା ଭ୍ରାମ୍ୟମାଣ ପଶୁ ସମ୍ପଦ ଆମ୍ବୁଲାନ୍ସକୁ ପତାକା ଦେଖାଇ ଶୁଭାରମ୍ଭ
କରିଥିଲେ l ଏହି ଭ୍ରାମ୍ୟମାଣ ପଶୁ ସମ୍ପଦ ଆମ୍ବୁଲାନ୍ସଟି ଅନୁଗୋଳ ଜିଲ୍ଲାର ପଶୁ ସମ୍ପଦ କଲ୍ୟାଣ ନିମନ୍ତେ ଉଦ୍ଦିଷ୍ଟ l ଏହି
ଉପକ୍ରମ ମାଧ୍ୟମରେ ପଶୁ ସମ୍ପଦ ଯତ୍ନ ଦୃଢୀଭୁତ ହେବା ସଙ୍ଗେ ସଙ୍ଗେ ବର୍ତମାନର ସରକାରୀ ପଶୁ ସମ୍ପଦ ଯତ୍ନ
ବ୍ୟବସ୍ଥାକୁ ଆହୁରି ସୁଦୃଢ କରି ପାରିବ l ଏହି ଭ୍ରାମ୍ୟମାଣ ପଶୁ ସମ୍ପଦ ଭ୍ୟାନଟି ପଶୁ ସମ୍ପଦ ବିଶେଷଜ୍ଞ ଏବଂ ଅନ୍ୟାନ୍ୟ ପଶୁ
ସମ୍ପଦ ପାରା-ଚିକିତ୍ସକଙ୍କ ଟିମ ଦ୍ଵାରା ପରିଚାଳିତ ଏବଂ ଆବଶ୍ୟକୀୟ ପଶୁ ସମ୍ପଦଙ୍କୁ ସେମାନଙ୍କର ଗୁଣାତ୍ମକ ଜୀବନ
ନିମନ୍ତେ ସହାୟକ ହେବ l

ଏହି ଅବସରରେ ଶ୍ରୀ ନବୀନ ଜିନ୍ଦଲ ପ୍ରକାଶ କରିଥିଲେ ଯେ, ଜେଏସପି ଫାଉଣ୍ଡେସନ ପକ୍ଷରୁ ବହୁ ବିଧ ସାମାଜିକ
ଦାୟିତ୍ଵବୋଧ (ସିଏସଆର) ପଦକ୍ଷେପ ମାନ ଗ୍ରହଣ କରାଯାଉଅଛି ଏବଂ ସେଥିରେ ପଶୁ ସମ୍ପଦ ଯତ୍ନକୁ ମଧ୍ୟ ସାମିଲ
କରାଯାଇଅଛି l ଜେଏସପି ଫାଉଣ୍ଡେସନ ଆରମ୍ଭ ହେବା ଦିନ ଠାରୁ ଗ୍ରାମୀଣ ଚାଷୀ ପରିବାରଙ୍କ ଅର୍ଥନୈତିକ ଉନ୍ନତି ନିମନ୍ତେ
ଉତ୍ସର୍ଗୀକୃତ ଏବଂ ଏହି ନୂତନ ପଦକ୍ଷେପ ମାଧ୍ୟମରେ କୃଷି ଆଧାରିତ ଜୀବିକାର୍ଜନ ନିମନ୍ତେ ଆପଣାଇଥିବା ଉପକ୍ରମ ଗୁଡିକ
ଯଥା, ଗୋପାଳନ, ଛେଳି ଚାଷ , ମେଣ୍ଢା ପାଳନ ଏବଂ କୁକୁଡା ପାଳନ ଇତ୍ୟାଦିକୁ ଏହା ବହୁଳ ଭାବେ ସହାୟକ ହେବ l
ଏହି “ଜିନ୍ଦଲ ପ୍ରାଣୀ ସେବା” ଆମ୍ବୁଲାନ୍ସ ମାଧ୍ୟମରେ ପଶୁ ସମ୍ପଦଙ୍କର ନିୟମିତ ସ୍ୱାସ୍ଥ୍ୟ ଅବସ୍ଥା ପରୀକ୍ଷା ସହ
ଆବଶ୍ୟକୀୟ ଚିକିତ୍ସl ମଧ୍ୟ ପ୍ରଦାନ କରାଯିବ l ଏହି ସେବା ନିୟମିତ ଭାବେ ପାର୍ଶ୍ଵବର୍ତୀ ଗ୍ରାମାଞ୍ଚଳରେ ପ୍ରଦାନ କରାଯିବା
ସହ ଆକସ୍ମିକ ସେବା ମଧ୍ୟ ପ୍ରଦାନ କରାଯିବ l ଏହା ଦ୍ଵାରା ସଙ୍କଟଗ୍ରସ୍ତ ତଥା ବୁଲା ପଶୁ ମାନେ ବହୁଳ ଭାବେ ଲାଭାନ୍ଵିତ
ହୋଇପାରିବା ସାଙ୍ଗକୁ ସେମାନଙ୍କର ସରକାରୀ ନିୟମ ମୁତାବକ ଜନ୍ମ ନିୟନ୍ତ୍ରଣ ମଧ୍ୟ କରାଯାଇପାରିବ ବୋଲି ଲକ୍ଷ୍ୟ
ଧାର୍ଯ୍ୟ କରାଯାଇଅଛି l

ଏହି ଅବସରରେ ଜେଏସପି ଫାଉଣ୍ଡେସନ ଅଧ୍ୟକ୍ଷl ଶ୍ରୀମତୀ ଶାଲୁ ଜିନ୍ଦଲ କହିଥିଲେ ଯେ , ଆମେ ଭାରତୀୟ ବୈଦିକ ପରମ୍ପରା
ଅନ୍ତର୍ଗତ ବସୁଧେଇବ କୁଟୁମ୍ବକମ ଉପରେ ଆମେ ବିଶ୍ବାସ କରୁ l ତେଣୁ ଆମେ ସାମାଜିକ ଦାୟିତ୍ଵବୋଧ ଭାବରେ ସମଗ୍ର
ଜୟବ ବିବିଧତାକୁ ସଂରକ୍ଷଣ କରିବା ସାଙ୍ଗକୁ ବୃକ୍ଷ ଏବଂ ପଶୁଙ୍କ ନିରାପତ୍ତା ନିମନ୍ତେ ମଧ୍ୟ କାର୍ଯ୍ୟ କରୁଅଛୁ l
ଆମର ଏହି ପଶୁ ସେବାରେ ନିୟୋଜିତ ଥିବା ବିଶେଷଜ୍ଞ ଏବଂ ଅନ୍ୟାନ୍ୟ ପଶୁ ସମ୍ପଦ ପାରା-ଚିକିତ୍ସକଙ୍କ ଟିମ ଯେ କେବଳ ଏହି
କାର୍ଯ୍ୟ କରିବା ନିମନ୍ତେ ଉଚ୍ଚ ଶିକ୍ଷିତ ତାହା ନୁହେଁ ସେମାନେ ପ୍ରକୃତରେ ପଶୁଙ୍କ ପ୍ରତି ଦୟାଳୁ ଏବଂ ଯତ୍ନବାନ l
ଆମର ଭ୍ରାମ୍ୟମାଣ ପଶୁ ସମ୍ପଦ ଆମ୍ବୁଲାନ୍ସ ପଶୁ ସମ୍ପଦ ଚିକିତ୍ସl କ୍ଷେତ୍ରରେ ଆଉ ଏକ ପଦକ୍ଷେପ, ଯଦ୍ଵାରା ପ୍ରାଣୀ
ସମ୍ପଦଙ୍କ ଯତ୍ନ ବହୁତ ସହଜରେ ଆମ ଗୋଷ୍ଠୀଗତ ସଦସ୍ୟ ତଥା ପଶୁ ପ୍ରେମୀମାନେ ପାଇ ପାରିବେ l
ଏହି କାର୍ଯ୍ୟକ୍ରମରେ ଅନୁଗୋଳ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସl ଅଧିକାରୀ ଶ୍ରୀ ନିରୋଦ କୁମାର ଦାସ, ସହ-ନିର୍ଦ୍ଦେଶକ ପ୍ରାଣୀ
କଲ୍ୟାଣ ଶ୍ରୀ ପ୍ରତାପ କୁମାର ପଟ୍ଟନାଏକ, ଜେଏସପିର ବରିଷ୍ଠ ଅଧିକାରୀ ଗଣ ଯଥା, ଅନୁଗୋଳ ପ୍ଳାଣ୍ଟ ମୁଖ୍ୟ ତଥା ନିର୍ବାହୀ
ନିର୍ଦ୍ଦେଶକ ଶ୍ରୀ ହୃଦୟେଶ୍ଵର ଝା, ର-ମେଟିରିଆଲ ମୁଖ୍ୟ ଶ୍ରୀ ଆଶିଷ ପାଣ୍ଡେ, ଗୃପ ମୁଖ୍ୟ ସିଏସଆର – ଶିକ୍ଷା, ଶ୍ରୀ
ପ୍ରଶାନ୍ତ କୁମାର ହୋତା ଏବଂ ଅନ୍ୟାନ୍ୟ ପ୍ରମୁଖ ଉପସ୍ଥିତ ଥିଲେ l