ଏସିଆନ ଗେମ୍ସ: ପାକିସ୍ତାନକୁ ୨-୧ରେ ହରାଇ ସ୍ବର୍ଣ୍ଣ ପଦକ ଜିତିଲା ଭାରତ

ନୂଆଦିଲ୍ଲୀ: ଏସିଆନ୍ ଗେମ୍ସ ୨୦୨୩ରେ ବାଜି ମାରିଲା ଭାରତ। ପାକିସ୍ତାନକୁ ପରାସ୍ତ କରି ଭାରତ ହାତେଇଲା ସ୍ୱର୍ଣ୍ଣ ପଦକ। ଭାରତୀୟ ସ୍କ୍ୱାସ୍ ଦଳ ଫାଇନାଲରେ ପାକିସ୍ତାନକୁ ୨-୧ରେ ପରାସ୍ତ କରି ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଆଣିଥିବା ଜଣାପଡ଼ିଛି। ବେଷ୍ଟ-ଅଫ୍-ଥ୍ରୀ ଫାଇନାଲରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ କଡ଼ା ପ୍ରତିଯୋଗିତା ହୋଇଥିଲା। ତୃତୀୟ ଫାଇନାଲରେ ଅଭୟ ସିଂ, ନୁର ଜମାନକୁ ୧୧-୭, ୯-୧୧, ୭-୧୧, ୧୧-୯ ଏବଂ ୧୨-୧୦ରେ ପରାସ୍ତ କରି ଭାରତକୁ ସ୍ୱର୍ଣ୍ଣ ପ୍ରଦାନ କରିଛନ୍ତି। ଆଜି ଭାରତ ପାଇଁ ଏହା ଦ୍ୱିତୀୟ ସ୍ୱର୍ଣ୍ଣ ପଦକ ଥିଲା। ଭାରତ ବର୍ତ୍ତମାନ ଏସିଆନ୍ ଗେମ୍ସରେ ମୋଟ ୧୦ଟି ସ୍ୱର୍ଣ୍ଣ ପଦକ ଜିତି ସାରିଛି

ବେଷ୍ଟ-ଅଫ୍-ଥ୍ରୀ ଫାଇନାଲର ପ୍ରଥମ ମ୍ୟାଚରେ ଭାରତୀୟ ସ୍କ୍ୱାସ୍ ଖେଳାଳି ମହେଶ ଏମ୍ ହାରିଯାଇଥିଲେ। ସେ ପାକିସ୍ତାନର ନୁର ଇକବାଲଙ୍କଠାରୁ ୮-୧୧, ୩-୧୧, ୨-୧୧ରେ ପରାସ୍ତ ହୋଇଥିଲେ। ଏହା ପରେ ସୌରଭ ଘୋଷାଲ ଭାରତ ପାଇଁ ଏକ ଶକ୍ତିଶାଳୀ ପ୍ରତ୍ୟାବର୍ତ୍ତନ କରିଥିଲେ ଏବଂ ମହମ୍ମଦ ଅସୀମଙ୍କୁ ୧୧-୫, ୧୧-୧, ୧୧-୩ରେ ପରାସ୍ତ କରି ମ୍ୟାଚକୁ ବରାବର କରିଥିଲେ। ପରେ ତୃତୀୟ ମ୍ୟାଚରେ ଅଭୟ ସିଂ, ନୁର ଜମାନକୁ ୧୧-୭, ୯-୧୧, ୭-୧୧, ୧୧-୯ ଏବଂ ୧୨-୧୦ରେ ପରାସ୍ତ କରି ଭାରତକୁ ସ୍ୱର୍ଣ୍ଣ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *