ଅନୁଗୋଳ: ଆଜି ଅନୁଗୋଳ ଜିଲ୍ଲାରେ ୧୫୮ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାର ଜଣାପଡିଛି । ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବଅଁରପାଳ ବ୍ଳକ୍ ଅଞ୍ଚଳରୁ ୪୪ଜଣ ( ୩୦ଜଣ ପୁରୁଷ ଓ ୧୪ଜଣ ମହିଳା), ତାଳଚେର ବ୍ଲକ ଅଞ୍ଚଳରୁ ୩୩ଜଣ ( ୨୫ଜଣ ପୁରୁଷ ଓ ୮ଜଣ ମହିଳା), ଅନୁଗୋଳ ପୌରାଞ୍ଚଳରୁ ୨୬ଜଣ ( ୧୮ଜଣ ପୁରୁଷ ଓ ୮ଜଣ ମହିଳା), ଅନୁଗୋଳ ବ୍ଲକ ଅଞ୍ଚଳରୁ ୧୭ଜଣ ( ୧୦ଜଣ ପୁରୁଷ ଓ୭ଜଣ ମହିଳା), ଛେଣ୍ଡିପଦା ବ୍ଳକ୍ ଅଞ୍ଚଳରୁ ୧୨ଜଣ୯ଜଣ ପୁରୁଷ ଓ ୩ଜଣ ମହିଳା), ପାଳଲହଡା ବ୍ଳକ୍ ଅଞ୍ଚଳରୁ ୮ଜଣ ( ୫ଜଣ ପୁରୁଷ ଓ ୩ଜଣ ମହିଳା), ଆଠମଲ୍ଲିକ ବ୍ଲକ୍ ଅଞ୍ଚଳରୁ ୭ଜଣ ( ୪ଜଣ ପୁରୁଷ ଓ ୩ଜଣ ମହିଳା), ତାଳଚେର ପୌରାଞ୍ଚଳରୁ ୫ଜଣ (୩ ଜଣ ପୁରୁଷ ଓ ୨ଜଣ ମହିଳା), କଣିହାଁ ବ୍ଳକ୍ ଅଂଚଳରୁ ୪ଜଣ ( ୩ଜଣ ପୁରୁଷ ଓ ୧ଜଣ ମହିଳା ), ଆଠମଲ୍ଲିକ ବିଜ୍ଞାପିତ ଅଂଚଳ ପରିଷଦରୁ ୧ଜଣ( ୧ଜଣ ପୁରୁଷ ) ଓ କିଶୋରନଗର ବ୍ଳକ ଅଞ୍ଚଳରୁ ୧ଜଣ ( ୧ଜଣ ପୁରୁଷ ) ଅଛନ୍ତି ।
ଲକ୍ଷଣଯୁକ୍ତ ଆକ୍ରାନଂକୁ ନିଜ ଘରେ Isolation ରେ ରଖାଯାଇ ନିରୀକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରକାଶ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୩୯୯ଜଣ ମୃତ୍ୟୁବରଣ କଲେଣି । ଆଜି ଅନୁଗୋଳ ଜିଲ୍ଲାରୁ ୫୫ଜଣ ସୁସ୍ଥ ହୋଇଛନ୍ତି । ଆଜି ସୁଦ୍ଧା ୧୫ଲକ୍ଷ ୩୮ ହଜାର ୬୯୮ଜଣଙ୍କୁ ଟିକା ଦିଆଗଲାଣି ଏବଂ ୧୫ ରୁ ୧୮ ବର୍ଷ ବୟସ ପିଲା ୧୪୪୪ ଜଣ ଟୀକା ନେଇଥିବାବେଳେ Precaution ଡୋଜ୍ ୧୭୧ଜଣ ନେଇଛନ୍ତି ।