ବନ୍ତଳା-ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ନନ୍ଦପୁର ପଞ୍ଚାୟତ କରଡ଼ାସିଙ୍ଗ ଠାରେ ବହୁ ପ୍ରତିକ୍ଷିତ ହିଡ଼ିସିଙ୍ଗ ମଧ୍ୟମ ଜଳ ସେଚନ ପ୍ରକଳ୍ପ କୁ ତ୍ୱରାନ୍ୱିତ କରିବା ପାଇଁ ଶନିବାର ଅପରାହ୍ନ ୩ ଟା ସମୟରେ ପୋକତୁଙ୍ଗା ବେସିକ ସ୍କୁଲ ଖେଳ ପଡ଼ିଆରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇ ଯାଇଛି।ହିଡ଼ିସିଙ୍ଗ କୃଷକ ମହାସଂଘ ର ସଭାପତି ଦିନେଶ ଦେହୁରୀ ଙ୍କ ଆହ୍ୱାନ କ୍ରମେ ଏହି ସଭା ଅନୁଷ୍ଠିତ ହୋଇଥିଲା।ଏଥିରେ ନନ୍ଦପୁର, ପୋକତୁଙ୍ଗା , ଧୋକୁଟା, ସଙ୍ଖପୁର,ତଳଗଡ଼, ବାରଗୌଣିଆ,ବନ୍ତଳା, କୁମୁରିସିଙ୍ଗା, ବାଳୁଅ କଟା , ଇଙ୍କର ବନ୍ଧ , ଛେଳିଆପଡା ଆଦି ଚାଷୀମାନେ ଯୋଗଦାନ କରିଥିଲେ।
ପ୍ରଥମେ ପ୍ରସ୍ତାବିତ ପ୍ରକଳ୍ପ ନିର୍ମାଣ ପାଇଁ କର୍ଣ୍ଣଧାର ସାଜି ପ୍ରକଳ୍ପକୁ ଆଗକୁ ନେଇଥିବା ସେହି ବଦାନ୍ୟ ବ୍ୟକିବିଶେଷ ନନ୍ଦପୁର ଗ୍ରାମର ସ୍ବର୍ଗତ ଦୈତାରୀ ସାହୁ,ତଳଗଡ଼ ଗ୍ରାମର ପୂର୍ବତନ ସରପଞ୍ଚ ଧରଣୀ ଧର ସାହୁ ,ମୁଖ୍ୟ ପୁରୋଧା ବଂଶୀଧର ପ୍ରଧାନ, କାଶୀ ଦେହୁରୀ,ବ୍ରହ୍ମପୁର ଗ୍ରାମର ଲୋକନାଥ ସାହୁ ,ମହର୍ଗl ରାଉଳ ,ମଧୁପୁର ଗ୍ରାମର ଚକ୍ରଧର ସାହୁ, ପୋକତୁଙ୍ଗା ଗ୍ରାମର ବେଣୁଧର ପ୍ରଧାନ, ସୁଶୀଲ କୁମାର ପ୍ରଧାନ, ସୁରେଶ ପ୍ରଧାନ, ଗିରିଶ ଚନ୍ଦ୍ର ପ୍ରଧାନ ଓ ଅଲ ଇଣ୍ଡିଆ ଡ଼ିଏସଓ ର ଭୀମସେନ ବେହେରା ଙ୍କୁ ସଂମାନ ଜଣାଇ ଦୁଇ ମିନିଟ ସମସ୍ତ ସଦସ୍ୟ ନିରବ ପ୍ରାଥନା କରିଥିଲେ।
ପରେ ପ୍ରୋଜେକ୍ଟ କାର୍ଯ୍ୟ ଶୀଘ୍ର କରିବା ପାଇଁ ବିଧାନସଭା ସଭାରେ ପ୍ରଥମ ଅଧିବେଶନ ରେ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ହିଡ଼ିସିଙ୍ଗ ପ୍ରକଳ୍ପ ନିର୍ମାଣ ପାଇଁ ଦାବି ରଖିବା, ଦେଙ୍କାନାଳ ଏମପି ପରିବେଶ ମଞ୍ଜୁରୀ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ଦାବି ଜଣାଇ ସରକାରୀ ସ୍ତରରେ ତତ୍ପରତା କୁ ବନ୍ତଳା ଅଞ୍ଚଳବାସୀ ତରଫରୁ ଓ ହିଡ଼ିସିଙ୍ଗ କୃଷକ ମହାସଂଘ ତରଫରୁ କୃତଜ୍ଞତା ଜଣାଇବା ସହିତ ଧନ୍ୟବାଦ କରିଥିଲେ।ପରେ ମହାସଙ୍ଘ କମିଟି କର୍ଣ୍ଣଧାରା ସାଜି ସ୍ୱର୍ଗବାସ କରିଥିବା ବିଭିନ୍ନ ପଦବୀ ପାଇଁ ନୂତନ ସଦସ୍ୟ ମାନଙ୍କୁ ସର୍ବ ସନମତୀ କ୍ରମେ ନିର୍ବାଚିତ କରାଯାଇଥିଲା।
ନୂତନ ସମ୍ପାଦକ ଭାବରେ ମଧିପୂର ଗ୍ରାମର ଯତୀନ୍ଦ୍ର ଦେହୁରୀ , କୋଷାଧ୍ୟକ୍ଷ ଭାବରେ ବନ୍ଦାଣପଶି ର ରବିନ୍ଦ୍ର ପ୍ରଧାନ, ଉପଦେଷ୍ଟା ଭାବରେ ତଳଗଡ଼ ର ମୋହନ ସାହୁ, ମଧୁପୁର ଗ୍ରାମର ନିରଞ୍ଜନ ଦେହୁରୀ, ପାତେଳି ଗ୍ରାମର ବିଜୟ ମାଝୀ ଓ କୁମୁରିସିଙ୍ଗା ଗ୍ରାମର ଦୁର୍ଯ୍ୟୋଧନ ସାହୁ ଙ୍କୁ ନିର୍ବାଚନ କରାଯାଇଥିଲା।ପୂର୍ବରୁ ଥିବା ସଭାପତି, ସହ ସମ୍ପାଦକ, ଉପସଭାପତି ଓ ଉପଦେଷ୍ଟା ମଣ୍ଡଳୀ ଙ୍କୁ ତାଙ୍କ କାର୍ଯ୍ୟ କଳାପ ରେ ସନ୍ତୁଷ୍ଟ ହୋଇ ପୁନର୍ବାର ଉପସ୍ଥିତ ଚାଷୀମାନେ ସେମାନଙ୍କୁ ଦାଇତ୍ଵ ରେ ରହିବା ପାଇଁ ନିବେଦନ କରିଥିଲେ।
କେନ୍ଦ୍ର ସରକାରଙ୍କ ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କ ବନବିଭାଗ ପ୍ରିନ୍ସିପାଲ ସେକ୍ରେଟାରୀ ,ପିସିସିଏଫ ଓ ଅନାନ୍ୟ ବିଭାଗୀୟ ଅଧିକାରୀ ଙ୍କୁ ପ୍ରକଳ୍ପ ନିର୍ମାଣ ପାଇଁ ସହମତି ପ୍ରକାଶ କରିବା ସହିତ ରାଜ୍ୟ ସରକାରଙ୍କ ପରିବେଶ ବିଭାଗ ପକ୍ଷରୁ ଏକ କମିଟି ପ୍ରସ୍ତାବିତ ପ୍ରକଳ୍ପ ସ୍ଥାନ କୁ ପହଞ୍ଚି ସାଇଟ ଇନ୍ସପେକସନ କରି ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ କୁ କୃଷକ ମହାସଙ୍ଗ ତରଫରୁ ସ୍ୱାଗତ କରିବା ସହିତ ବିଭାଗୀୟ କମିଟି କୁ କୃଷକ ମହାସଙ୍ଗ ତରଫରୁ ଉପସ୍ଥିତ ରହି ସହଯୋଗ କରିବା ପାଇଁ ସାଧାରଣ ସଭାରେ ନିଷ୍ପତ୍ତି ହୋଇଥିଲା।ଶେଷରେ ନୂତନ କମିଟି ସଦସ୍ୟ ଙ୍କୁ କର ତାଳୀ ଦେଇ ସ୍ୱାଗତ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ କମିଟି ର ଉପଦେଷ୍ଟା ତ୍ରିନାଥ ସାହୁ , ପୂର୍ବତନ ସମ୍ପାଦକ ତ୍ରିନାଥ ସାହୁ ,ସୁବାସ ଚନ୍ଦ୍ର ପ୍ରଧାନ, ନିର୍ମଳ କୁମାର ପ୍ରଧାନ, ଅଶୋକ ପ୍ରଧାନ, ଲମ୍ବୋଦର ଦେହୁରୀ, ବସନ୍ତ ପ୍ରଧାନ, ଅନାଥ ସାହୁ,ମନ୍ଦର ଧର ପ୍ରଧାନ, ଗଣେଶ୍ୱର ବିଶ୍ୱାଳ,କାଁହୁ ଚରଣ ଦେହୁରୀ,ନୃସିଂହ ଚରଣ ଦେହୁରୀ, ପୂର୍ଣ୍ଣ ଚନ୍ଦ୍ର ବିଶ୍ୱାଳ,ସତ୍ୟାନନ୍ଦ ପ୍ରଧାନ, ପ୍ରଭାକର ଦେହୁରୀ ଙ୍କ ସହିତ ବହୁ ଚାଷୀ ଉପସ୍ଥିତ ଥିଲେ।