ଅନୁଗୋଳ: ପୌରଅଧକ୍ଷ ଦାଇତ୍ୱ ନେଲେ ନବ ନିର୍ବାଚିତ ପୌରଅଧକ୍ଷ। ଅନୁଗୋଳ ପୌରପାଳିକାର ଅଧକ୍ଷ ଭାବେ ଅକ୍ଷୟ ସାମନ୍ତ ଆଜି ଦାଇତ୍ୱ ନେଇଛନ୍ତି । ଏକ ଶୋଭାଯାତ୍ରାରେ ଅକ୍ଷୟ ନିଜ ନିଜ ସାହି ଅମଲାପଡା ରୁ ବାହାରି ଆସି ପୌର କଯ୍ୟାଳୟ ରେ ପହଞ୍ଚି ଥିଲେ । ସେଠାରେ ତାଙ୍କୁ ପୌର ଅଧିକାରୀ ଓ କର୍ମଚାରୀ ମାନେ ସ୍ୱାଗତ କରିଥିଲେ । ଏହି ଦାଇତ୍ୱ ଗ୍ରହଣ କାର୍ଯ୍ୟକ୍ରମ ରେ ଉପ ବାଚସ୍ପତି ରଜନୀକାନ୍ତ ସିଂ ଓ ଦଳର ଅନ୍ୟ ନେତାମାନେ ଯୋଗ ଦେଇଥିଲେ। ନବୀନ ସରକାର ଙ୍କ ବିକାଶ ଧାରା ରେ ଅନୁଗୋଳ ସହର କୁ ଆଗକୁ ନେବା ସହ ଏକ ନୂତନ ସହର ଗଡ଼ିବାର ଲକ୍ଷ ରଖିଥିବା କହିଛନ୍ତି ଅକ୍ଷୟ। ଯିଏ ଯେଉଁ ଦଳରୁ ଜିତୁ ନାହିଁ କି ସମସ୍ତେ ମିଶି ସହର କୁ ଆଗକୁ ନେବାକି ସଂକଳ୍ପ ନେବା ଆବଶ୍ୟକ ରହିଥିବା ଉପ ଉପବାଚସ୍ପତି କହିଛନ୍ତି।
Related Posts
ବିପଦରେ ଗଜରାଜ: କୃଷ୍ଣଚକ୍ର ଗଡ ଜଙ୍ଗଲରୁ ହାତୀ କଙ୍କାଳ ଉଦ୍ଧାର
ଅନୁଗୋଳ: ଅନୁଗୋଳ ବନଖଣ୍ଡର ପୋକୁଣ୍ଡା ସେକ୍ସନ କୃଷ୍ଣଚକ୍ର ଗଡ଼ ଜଙ୍ଗଲରୁ ଏକ ହାତୀର କଙ୍କାଳ ଉଦ୍ଧାର। ବନ କର୍ମଚାରୀ ମାନେ ଜଙ୍ଗଲ ଭିତରେ ବୁଲୁଥିବା ବେଳେ ଏହା…
ଟିଟିପିଏସ ବନ୍ଦ ପ୍ରତିବାଦରେ ବିଜେଡ଼ିର ଜିଲ୍ଲା ବନ୍ଦ ।
ଅନୁଗୋଳ: ଟିଟିପିଏସ ପ୍ଲାଣ୍ଟ ବନ୍ଦ ହେଇଯିବା ପରେ ଗତ ମାର୍ଚ୍ଚ ୩୧ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ଜିଲା ବ୍ୟାପି ଉତେଜନା ଲାଗି ରହିଛି। ବିଭିନ୍ନ ଶ୍ରମିକ ସଂଗଠନ…
ଅନୁଗୋଳ ବାଳ ସୁଧାର ଗୃହରେ କରୋନା, ୩୧ ଅନ୍ତେବାସୀ ସଂକ୍ରମିତ ।
ଅନୁଗୋଳ: ପ୍ରୋଭେଶନ ହଷ୍ଟେଲ ରେ କରୋନା । ହଷ୍ଟେଲ ର ୩୧ ଅନ୍ତେବାସୀ ପଜେଟିଭ । ସୂଚନା ଦେଲେ ଅନୁଗୋଳ ପ୍ରୋଭେସନ ହଷ୍ଟେଲ ର ସୁପରିଟେଣ୍ଡ ଅମିର…